ଅଳକାପୁରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର-୦୧/୦୩ :ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଳକାପୁରୀ ୭ମ ଲାଇନରେ ଗତ ୨୪ ତାରିଖରେ ସୁରଜା ବେହେରା(୫୭) ନାମକ ଜଣେ ମହିଳାଙ୍କୁ ହତ୍ୟା କରିବା ଘଟଣାରେ ସଦର ପୋଲିସ ଉକ୍ତ ହତ୍ୟା କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବଳରାମ ସାହୁ(୨୬) ବୋଲି ଜାଣିବାକୁ ମିଳିଛି । ବର୍ତ୍ତମାନ ସେ ଭାବିନିପୁର ଗ୍ରାମରେ ରହୁଥିବା ବେଳେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଜି ଏ ସଂପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନକ୍ ମିଶ୍ର ସୁଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ,ଗତ ୨୪ତାରିଖରେ ସନ୍ଧ୍ୟାରେ ଅଳକାପୁରୀ ୭ମ ଲାଇନରେ ଜନୈକ ମହିଳାଙ୍କ ଘର ଭିତରେ ମୃତ ଦେହ ଠାବ ହେବା ନେଇ ସଦର ଥାନା ପୋଲିସକୁ ଖବର ମିଳିଥିଲା ।ଏହି ସୂଚନା ପାଇବା ପରେ ଘଟଣା ସ୍ଥଳରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ,ଥାନା ଅଧିକାରୀ ମହେନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇବା ସହ ସଦର ଥାନାରେ କେଶ ନଂ-୯୫/୨୨ ଅନୁସାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏବଂ ପରେ ଫରେନସିକ୍‌ ଟିମ ପହଞ୍ଚି ତଦନ୍ତ କରିଥିଲେ। ଚୋରି ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ ଘଟିଥିବା ଏବଂ କୈଣସି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇନଥିବା ତଦନ୍ତ ବେଳେ ଜଣାପଡିବା ସହ ଘଟଣା ଦିନ ଆଲମାରୀର ଚାବିକାଠି ସଜାଡିବା ପାଇଁ ଜଣେ ବ୍ୟକ୍ତି ବାରମ୍ବାର ଆସିଥିବା ଜଣାପଡିଥିଲା । ଉକ୍ତ ବ୍ୟକ୍ତି ଜଣକ ଆଲମାରୀର ଚାବିକାଠି ମରାମତି କରିବାକୁ ଯାଇଥିବା ବେଳେ ତାର ଲୋଲୁପ ଦୃଷ୍ଟି ପଡିଥିଲା ଆଲମୀରା ଭିତରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଉପରେ ।ଫଳରେ ତାର ଲୋଭ ବଢିଯାଇଥିଲା ।ସଂନ୍ଧ୍ୟାରେ ମୃତା ସରୋଜାଙ୍କ ସ୍ବାମୀ ବିଜୟ ବେହେରା ସାନ୍ଧ୍ୟ ଭ୍ରହ୍ମଣ ନିମନ୍ତେ ବାହାରକୁ ଯିବା ପରେ ଉକ୍ତ ବ୍ୟକ୍ତି ଟଙ୍କା ଓ ସୁନା ଚୋରି କରିବା ଉଦ୍ଦେଶ୍ୟରେ ପୁଣି ଘରେ ପଶିଥିଲା ।ତାକୁ ଘରେ ଦେଖି କୁଆଡେ ଆସିଛ ବୋଲି ସୁରଜା ପ୍ରଶ୍ନ କରିଥିଲେ । ଆଲମୀରା ଚାବି ପୁଣି ସଜାଡିବାକୁ ଆସିଛି ବୋଲି ଅଭିଯୁକ୍ତ କହିବା ପରେ ସୁରଜାଙ୍କୁ ସନ୍ଦେହ ହୋଇଥିଲା । ସୁରଜା ଅଭିଯୁକ୍ତଙ୍କୁ ବାରମ୍ବାର ପଚାରିବା ସହ ତାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତ ଜଣଙ୍କ ଧରାପଡିଯିବା ଭୟରେ ଉପାୟଶୂନ୍ୟ ହୋଇ ରୋଷେଇ ଘରୁ ଏକ ଛୁରା ଆଣି ସୁରଜାଙ୍କ ବେକ ଓ ହାତକୁ ଆକ୍ରମଣ କରିଥିଲା ।ଫଳରେ ଅତ୍ୟଧିକ ରକ୍ତ ସ୍ରାବ ହୋଇ ସୁରଜାଙ୍କ ମୃତୁ ହୋଇଯାଇଥିଲା । ସୁରଜାଙ୍କ ମୃତ୍ୟୁ ହୋଇଥିବା ଜାଣି ଅଭିଯୁକ୍ତ ଜଣକ ଟଙ୍କା, ସୁନା ନେବା ବଦଳରେ ସୁରଜାଙ୍କ ମୋବାଇଲ ଓ ଆକ୍ରମଣରେ ବ୍ୟବହୃତ ଛୁରୀକୁ ଧରି ଘର ବାହାରପଟୁ ତାଲା ପକାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।ପରେ ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିବା ସହ ପଚରାଉଚରା କରିବା ପରେ ଅଭିଯୁକ୍ତ ଜଣକ ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲା। ଉକ୍ତ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ,ଚୋରି ଯାଇଥିବା ଗୋଟିଏ ମୋବାଇଲ ଏବଂ ବ୍ୟାଗ ମଧ୍ୟରେ ଥିବା ଏକ ଆଧାର କାର୍ଡକୁ ପୋଲିସ ଜବତ କରିଥିଲା । ଅନ୍ୟ ପକ୍ଷରେ ଏହି ଘଟଣା ପରେ ଜନସାଧାରଣ ସଚେତନ ହୋଇ ନିଜ ନିଜର ଧନଜୀବନ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କରିବା ସହ ଘରେ ଅଧିକ ପରିମାଣର ଟଙ୍କା, ସୁନା,ଅଳଙ୍କାର ନରଖି ସୁରକ୍ଷିତ ସ୍ଥାନରେ ରଖିବା ବ୍ୟବସ୍ଥା କରିବା ପାଇଁ ଏସପି ପିନାକ ମିଶ୍ର ଆଜିର ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜନସାଧାରଣଙ୍କ ନିମନ୍ତେ ଅବଗତ କରାଇଛନ୍ତି ।

-Advertisement-
-Advertisement-