ଅହମ୍ମଦାବାଦରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣରେ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ

ଅହମଦାବାଦ ,୧୮/୦୨: ଗୁଜୁରାଟର ଅହମ୍ମଦାବାଦରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି। ସ୍ୱତନ୍ତ୍ର ବିଚାରପତି ଆର୍ ପଟେଲଙ୍କ କୋର୍ଟ ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଅବଶିଷ୍ଟ ୧୧ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଅହମ୍ମଦାବାଦରେ ୨୬ ଜୁଲାଇ ୨୦୦୮ ରେ କ୍ରମିକ ବୋମା ବିସ୍ଫୋରଣରେ ୭୦ ମିନିଟ ମଧ୍ୟରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ମାମଲା ଫେବୃଆରୀ ୮ରେ, ସ୍ୱତନ୍ତ୍ର କୋର୍ଟ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୧୩ ବର୍ଷରୁ ଅଧିକ ସମୟ ଧରି ଚାଲିଯିବା ପରେ ଗତ ସପ୍ତାହରେ ୪୯ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ଅନ୍ୟ ୨୮ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।ପ୍ରଥମ ଥର ଏକାସଂଗେ ଏତେଜଣଙ୍କୁ ଫାଶୀ ଦିଆଯିବ ଘଟଣା ପ୍ରଥମ ।