ଆଜିଠୁ ସକାଳ ୬ଟାରୁ ୯ଟା ଯାଏଁ ଚାଲିବ ପାଠପଢ଼ା

ଭୁବନେଶ୍ୱର ୦୨/୦୫ :  ରାଜ୍ୟରେ ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ଆଜିଠୁ ପିଲାଙ୍କ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟାରୁ ସକାଳ ୯ଟା ଯାଏ ପାଠପଢ଼ା ଚାଲିବ। ସକାଳୁ କୁନି କୁନି ପିଲାମାନେ ସ୍କୁଲ ଆସିଛନ୍ତି। ଦିନ ବଢିବା ସହ ଖରା ବଢୁଛି । ତେବେ ଖରା ବଢିବା ପୂର୍ବରୁ ସ୍କୁଲ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।  ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ ତାରିଖରୁ ୫ ଦିନ ପାଇଁ ଖରା ସ୍କୁଲ ଛୁଟି ଘୋଷଣା ହୋଇଥିଲା । ପରେ ଖରାର ପ୍ରକୋପ ବଢ଼ୁଥିବାରୁ ସକାଳୁଆ ସ୍କୁଲ ନେଇ ଅଭିଭାବମାନେ ଦାବି କରିଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋକକୁ ଦୃଷ୍ଟି ରଖି ସକାଳ ୬ଟାରୁ ୯ ଯାଏଁ ସ୍କୁଲ ଚାଲିବା ନେଇ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଛୁଟି ହେଲେ ମଧ୍ୟ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିବ ବୋଲି ବିଭାଗ କହିଥିଲା । ଆଉ ଏବେ ୫ ଦିନର ଛୁଟି ପରେ ସକାଳ ୬ଟାରୁ ସକାଳ ୯ଟା ଯାଏ ପିଲାଙ୍କ ପାଠ ପଢା ହେବ । ଏଥିପାଇଁ ସକାଳୁ ପିଲାମାନେ ସ୍କୁଲ ଆସିଛନ୍ତି।

-Advertisement-
-Advertisement-

Leave a Reply