ନୂଆଦିଲ୍ଲୀ, ୨୭/୪: ଭାରତରେ କରୋନା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ବୈଠକରେ ଯୋଗଦେବା ପାଇଁ ଡାକିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ କରୋନାର ସ୍ଥିତିକୁ ନେଇ ସମୀକ୍ଷା କରିବେ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ମୋଦୀଙ୍କ ଏହି ବୈଠକ ଅପରାହ୍ନ ୧୨ଟାରେ ଆରମ୍ଭ ହେବ । କରୋନାର ୪ର୍ଥ ଲହର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୈଠକ ହେଉଛି । କରୋନା ସଂକ୍ରମଣ ଆରମ୍ଭ ହେବା ଦିନ ଠାରୁ ଅର୍ଥାତ ୨୦୨୦ ମାର୍ଚ୍ଚ ମାସ ଠାରୁ ପ୍ରଧାନମନ୍ତ୍ରୀ ମୋଦୀ ସଂକ୍ରମଣ ଉପରେ ନଜର ରଖିଛନ୍ତି ଏବଂ ମଝିରେ ମଝିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରି ଦେଶର ସ୍ଥିତି ଉପରେ ଆଲୋଚନା କରୁଛନ୍ତି । ଆଜିର ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ ।
-Advertisement-
-Advertisement-