ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌

ଭୁବନେଶ୍ୱର,୨୦/୦୨:  ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌। ୧୭୧ ଜିଲ୍ଲା ପରିଷଦ ଜୋନରେ ଭୋଟ ଦାନ ଆରମ୍ଭ । ୬୩ଟି ବ୍ଲକ ଅଧୀନସ୍ଥ ୧୩୮୨ଟି ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡ ସଭ୍ୟ ପାଇଁ ଭୋଟ ଚାଲି ଭୋଟିଂ । ୧୭୧ଟି ଜୋନରେ ନିର୍ବାଚନ ମଇଦାନରେ ଥିବା ୬୭୯ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସହ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫୬ ଲକ୍ଷ ୫୩ ହଜାର ୪୦୫ ମତଦାତା । ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ୧୮ ହଜାର ୪୯୫ ବୁଥ୍‌ରେ ଭୋଟ ଗ୍ରହଣ ଚାଲିବ । ଏଥିମଧ୍ୟରୁ ୨୭୭୩ଟି ସମ୍ବେଦନଶୀଳ ବୁଥ ଉପରେ ପ୍ରଶାସନ କଡ଼ା ନଜର ରଖିଛି ।ପ୍ରଥମ ପର୍ଯ୍ୟାୟ  ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ହିଂସାକାଣ୍ଡ ଓ ବିଭ୍ରାଟ ଯୋଗୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଲିସ୍‌ ବାହିନୀ ପକ୍ଷରୁ ୨୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛି । ଏହାସହ ୧୬୨୫ଟି ମୋବାଇଲ୍‌ ପାଟ୍ରୋଲିଂ ଟିମ୍‌, ଜିଲ୍ଲାସ୍ତରରେ ପୁଲିସ୍‌ ଅଧିକାରୀ, ଥାନା ଓ ଫାଣ୍ଡିରେ ନିୟୋଜିତ ଥିବା ପୁଲିସ୍‌ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।  ତୃତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜିଲ୍ଲାରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।