ପୁରୀ,୨୭/୦୨: ଆଜି ପଙ୍କୋଦ୍ଧାର ଏକାଦଶୀ । ପ୍ରସିଦ୍ଧ ଶୈବ ପୀଠ ବାବା ଲୋକନାଥଙ୍କ ମନ୍ଦିରରେ ପାଳିତ ପଙ୍କୋଦ୍ଧାର ପର୍ବ । ଏହି ଅବସରରେ ପୁରୀର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ସ୍ୱତନ୍ତ୍ର ରୀତିନୀତି । ଏହି ଦିନ ଠାକୁରଙ୍କ ଶ୍ରୀଅଙ୍ଗରେ ବର୍ଷ ତମାମ ଜମି ରହିଥିବା ପାଦୁକ ,ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ ପଙ୍କ ହିସାବରେ ପରମ୍ପରା ଅନୁସାରେ ବାହାରକୁ କଢାଯାଇଥାଏ । ବର୍ଷକେ ଏହି ଦିନରେ କେବଳ ଭକ୍ତମାନେ ଶିବଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ଲଭିଥାନ୍ତି । ଉକ୍ତ ଦିନର ନୀତି ନିର୍ଘଣ୍ଟ ଅନୁସାରେ ମଧ୍ୟାହ୍ନ ୧୨ଟାରୁ ରାତି ୯ଟା ମଧ୍ୟରେ ଠାକୁରଙ୍କ ଦର୍ଶନ ମିଳିବ । ଆଜି ବିଳମ୍ବିତ ରାତି ୨ଟାରେ ମନ୍ଦିର ଦ୍ୱାର ଖୋଲିଛି । ରାତ୍ର ୩ଟାରେ ମଙ୍ଗଳାଳତି ଓ ଅବକାଶ ନୀତି ଶେଷ ହୋଇଛି । ଗୋପାଳବଲ୍ଳଭ ଆଦି ନୀତି ହୋଇ ସକାଳ ଧୂପ ସରିବ ସକାଳ ୬ଟା ମଧ୍ୟରେ ଶେଷ ହୋଇଛି । ମଧ୍ୟାହ୍ନ ଧୂପ ସମ୍ପନ୍ନ ପରେ ଏକ ଘଣ୍ଟା ଏକାଦଶୀ ଦର୍ଶନ ହୋଇ ପାଦୁକ ଉଜଳା ଆରମ୍ଭ ହେବ । ଗର୍ଭଗୃହରୁ ପାଳିଆ ସେବକ ଓ ମାନସିକଧାରୀମାନେ ପାଦୁକ ପଙ୍କ ସଫାକରି ଆଣି ବାହାରେ ଗଦା କରନ୍ତି । ସକାଳ ୮ଟାରୁ ୧୨ଟା ମଧ୍ୟରେ ପଙ୍କୋଦ୍ଧାର ଓ ଠାକୁରଙ୍କ ମାଘସ୍ନାନ ସରିବ । ଏହାପରେ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ରାତ୍ର ୧୧ଟାରେ ଠାକୁରେ ପହୁଡ଼ ଯିବେ ବୋଲି ସମୟ ଧାର୍ଯ୍ୟ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
-Advertisement-
-Advertisement-