କୋଣାର୍କ,୦୭/୦୨:ଆଜି ପବିତ୍ର ମାଘ ସପ୍ତମୀ।କରୋନା କଟକଣାରେ ଚଳିତ ବର୍ଷର ଚନ୍ଦ୍ରଭାଗାର ମାଘ ବୁଡ଼ ପଡିଛି।ପ୍ରଥା ଅନୁଯାୟୀ ତୀର୍ଥ ପୁଷ୍କରିଣୀରେ ଭୋର ୪ଟାରେ ଶ୍ରୀଶ୍ରୀ ତ୍ରିବେଣୀଶ୍ୱର, ଶ୍ରୀଶ୍ରୀ ଦକ୍ଷିଣେଶ୍ୱର, ଶ୍ରୀଶ୍ରୀ ଇଷାଣେଶ୍ୱରଙ୍କ ଚଳନ୍ତି ପ୍ରତିମାଙ୍କୁ ଘଣ୍ଟଘଣ୍ଟା ବାଣବାଜାରେ ରୋଷଣୀ କରାଯାଇ ଅଣାଯାଇଥିଲା ।ଚଳନ୍ତି ପ୍ରତିମାଙ୍କ ସ୍ନାନପରେ ସେବାୟତ ଓ ସାଧୁ ସନ୍ଥ ବୁଡ଼ ପକାଇଛନ୍ତି। ଅନ୍ୟମାନଙ୍କୁ ବୁଡ଼ରୁ ବାରଣ କରାଯାଇଥିଲା ।ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀକୁ ବ୍ୟାରିକେଡ କରାଯାଇ ଚାରିଆଡୁ ଆବଧ କରାଯାଇଛି । ମାଘ ସପ୍ତମୀ ନିମନ୍ତେ ଯାନବାହନ ନିୟନ୍ତ୍ରଣ ସହିତ ୧୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏସ୍ପିଙ୍କ ତତ୍ୱାବଧାନରେ ଦୁଇ ଜଣ ଅତିରିକ୍ତ ଏସ୍ପି, ୬ଜଣ ଡିଏସ୍ପି, ୧୪ଜଣ ଆଇଆଇସି, ଏଏସ୍ଆଇ ଓ ଏସଆଇ ୬୦ଜଣ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି । ତିନି ଠାକୁରଙ୍କ ଶୋଭାଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି। କଟକଣା ସତ୍ୱେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ବୁଡ଼ ନିମନ୍ତେ ଚନ୍ଦ୍ରଭାଗାରେ ଅଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।
-Advertisement-
-Advertisement-