ଆଜି ରଙ୍ଗର ପର୍ବ ହୋଲି : ପୁରପଲ୍ଲୀରେ ପାଳିତ ହେଉଛି ଦୋଳ ଉତ୍ସବ

An Indian girl grimaces as her face is smeared with colored powder during celebrations marking Holi, the Hindu festival of colors, in Gauhati, India, Thursday, March 21, 2019. Holi also marks the advent of spring season. (AP Photo/Anupam Nath)

ଭୁବନେଶ୍ୱର, ୧୯।୦୩ : ଆଜି ରଙ୍ଗର ପର୍ବ ହୋଲି । ପୁରପଲ୍ଲୀରେ ପାଳିତ ହେଉଛି ଦୋଳ ଉତ୍ସବ| ଛୋଟରୁ ବଡ ସଭିଏଁ ରଙ୍ଗ ଅବିରରେ ରଙ୍ଗେଇ ହୋଇଛନ୍ତି। ଘରେ ଘରେ ଜମିଛି ହୋଲିର ଆସର । ଆନନ୍ଦ ଉଲ୍ଲାସର ପର୍ବ ହୋଲି ମନାଉଛନ୍ତି ସଭିଏଁ । ଗାଁଠୁ ସହର ସବୁଠି ହୋଲିର ମାହୋଲ । ଦୋଳପୂର୍ଣ୍ଣିମାରେ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀ ରାଧା ଠାକୁରାଣୀଙ୍କୁ ଦୋଳବେଦୀରେ ଦୋଳଗୋବିନ୍ଦ ଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଦୋଳବେଦୀରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଗହଳି ଲାଗିରହିଛି ।   ଦୋଳପୂର୍ଣ୍ଣିମା ଅବସରରେ ଗ୍ରାମ ଗୁଡିକ ଉତ୍ସବମୁଖର ହୋଇ ଉଠିଛି |ତେବେ ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରୁଛନ୍ତି ।   ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିଥାନ୍ତି। ସବୁ ଧର୍ମର ଲୋକେ ଏହି ପର୍ବରେ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗ ଉତ୍ସବ ମନାଇଛନ୍ତି । ହୋଲିର ରଙ୍ଗରେ ସାରା ରାଜ୍ୟ ରଙ୍ଗୀନ ହୋଇଛି । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଓ ଶୁଭକାମନା ବାଣ୍ଟୁଛନ୍ତି ଲୋକେ। ଫଗୁଣର ଫଗୁରେ ଭିଜୁଛନ୍ତି । ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି । କେଉଁଠି ଡିଜେର ତାଳେ ତାଳେ ନାଚ ଜମିଛି ତ ଆଉ କେଉଁଠି ଅବିର ବର୍ଷା । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ,ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି । କେଉଁଠି ହରବାଲ ଅବିରରେ ହୋଲି ଖେଳାଯାଇଛି ତ କେଉଁଠି ବଡମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାନମାନେ ।  ସେଥିପାଇଁ ତ ପିଲାଠାରୁ ବୁଢା ସଭିଏଁ ଆଜି ହୋଲି ଖେଳିବାର ବ୍ୟସ୍ତ । ସ୍ନେହ, ପ୍ରେମ, ଭଲ ପାଇବା ରୂପକ ଅବିରରେ ସମସ୍ତେ ଆଜି  ବ୍ୟସ୍ତ ।