ଉତ୍ତରପ୍ରଦେଶ ନିର୍ବାଚନ ନେଇ ଆଜି ବିଜେପି ଜାରି କରିବ ନିର୍ବାଚନ ଇସ୍ତାହାର

ଲକ୍ଷ୍ନୌ ୦୮।୦୨: ଉତ୍ତରପ୍ରଦେଶ ନିର୍ବାଚନ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେପିର ଘୋଷଣା ପତ୍ର ଜାରି କରିବେ । ଆଜି ପୂର୍ବାହ୍ନ ସମୟରେ ବିଜେପି ଜାରି କରିବ ନିର୍ବାଚନ ଇସ୍ତହାର। ୟୁପି ବିଜେପି ନିର୍ବାଚନୀ ଇସ୍ତହାରକୁ ଲୋକ କଲ୍ୟାଣ ସଂକଳ୍ପ ପତ୍ର ନାଁ ଦେଇଛି। କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ, ୟୁପି ନିର୍ବାଚନ ପାଇଁ ପ୍ରଭାରି ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଡେପୁଟି ସିଏମ ଦିନେଶ ଶର୍ମା, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ। ଫେବୃଆରୀ ୬ରେ ବିଜେପି ଇସ୍ତାହାର ଘୋଷଣା କରିଥାନ୍ତା। ତେବେ ସୂର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ଦେହାନ୍ତ ଯୋଗୁ ଏହି କାର୍ଯ୍ୟକ୍ରମକୁ ବିଜେପି ସ୍ଥଗିତ କରିଥିଲା।