ଋଷିଆ-ୟୁକ୍ରେନ୍‌ ତୃତୀୟ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ, ୦୬/୦୨: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ   ଆଜି ହେଉଛି   ଏକାଦଶ ଦିନ ।   କିନ୍ତୁ ଯୁଦ୍ଧ କମିବାର ନାଁ ଧରୁନାହିଁ । ରୁଷ ସେନା ୟୁକ୍ରେନର ବିଭିନ୍ନ ପ୍ରମୁଖ ସହର ଗୁଡ଼ିକୁ ଧ୍ୱଂସ କରିବାରେ ଲାଗିଛନ୍ତି । ଋଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଆସନ୍ତାକାଲି   ଏକ ବୈଠକ ବସିବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ତୃତୀୟଥର ପାଇଁ ଏହି ଆଲୋଚନା ହେବ । ଏନେଇ ୟୁକ୍ରେନ୍‌ର ପ୍ରତିନିଧି ଡାଭ୍ୟାଡ ଆରଖାମିଆ   କହିଛନ୍ତି । ପୂର୍ବରୁ ୟୁକ୍ରେନ୍‌ ଏବଂ ଋଷ୍‌ ମଧ୍ୟରେ ଦୁଇ ଦୁଇଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିଲା । ସୋମବାର ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଏବଂ ସାଧାରଣ ନାଗରିକଙ୍କ ପାଇଁ ସୁରକ୍ଷିତ ପାସ୍‌ କରିଡର୍‌ର ବ୍ୟବସ୍ଥା ନେଇ ଆଲୋଚନା ହେବ । ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଟେଲିଫୋନ୍‌ରେ ତୃତୀୟ ପର୍ଯ୍ୟାୟ ଆଲୋଚନା ନେଇ ଜର୍ମାନ ଚାନ୍ସେଲର୍‌ ଓଲାଫ୍‌ ସ୍କୋଲଜଙ୍କ ସହ ଶୁକ୍ରବାର କଥା ହୋଇଛନ୍ତି ।  

-Advertisement-
khabar odisha International Russia 1 26240F03 BC49 4481 93C5 997310200A43
-Advertisement-