ଖାରକିଭ ,୦୨।୦୩:ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ପଞ୍ଜାବର ଚନ୍ଦନ ଜିନ୍ଦଲ ନାମକ ଜଣେ ଭାରତୀୟ ଛାତ୍ର ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ନବୀନଙ୍କ ପରେ ଚନ୍ଦନ ଦ୍ୱିତୀୟ ଭାରତୀୟ ଛାତ୍ର ଭାବେ ୟୁକ୍ରେନ ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି । ମୃତକ ପଞ୍ଜାବର ବାର୍ନାଲାର ଚନ୍ଦନ ଜିନ୍ଦଲ (୨୨) ଭିନିଟିସିଆ ନ୍ୟାସନାଲ ପିରୋଗୋଭ, ମେମୋରିଆଲ ମେଡିକାଲ ୟୁନିଭରସିଟି, ଭିନିଟିସିଆ ୟୁକ୍ରେନରେ ଅଧ୍ୟୟନ କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଜିନ୍ଦଲଙ୍କୁ ଇସକେମିକ୍ ଷ୍ଟ୍ରୋକ୍ରେ ପୀଡିତ ହେବା ପରେ ମେଡିକାଲ ଆପତ୍ତିକାଳିନ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତେବେ ତାଙ୍କ ମୃତଦେହ ଫେରାଇ ଆଣିବା ପାଇଁ ତାଙ୍କ ପିତା ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି।ଗୋଟିଏ ଦିନ ପୂର୍ବରୁ ଖାର୍କିଭରେ ଗୁଳି ବିନିମୟରେ ମୃତ୍ୟୁବରଣ କରିଥିବା କର୍ଣ୍ଣାଟକର ଜଣେ ଛାତ୍ରଙ୍କ ମୃତଦେହକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଉଦ୍ୟମ ଜାରି ରଖିଛନ୍ତି। ଯାତ୍ରୀଙ୍କ ସେବା ପାଇଁ ୟୁକ୍ରେନର ବାୟୁ ସୀମା ବନ୍ଦ ଥିବାରୁ ଅନ୍ୟ ଦେଶ ବାଟ ଦେଇ ମୃତ ଦେହକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଚେଷ୍ଟା କରୁଛନ୍ତି
-Advertisement-
-Advertisement-