ନୂଆଦିଲ୍ଲୀ, , ୨୫/୨ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧଆରମ୍ଭ ହୋଇ ସାରିଛି। ଅନେକ ଭାରତୀୟ ତଥା ଓଡିଆମାନେ ଭାରତ ଫେରିଥିବା ବେଳେ ଆହୁରି ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି। ଏହା ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନାକରି ୟୁକ୍ରେନ୍ରେ ଥିବା ଓଡ଼ିଆ ଛାତ୍ର ଏବଂ ଶ୍ରମିକମାନଙ୍କୁ କରି ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି । ଏହି ଆଲୋଚନାରେ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ନିଶ୍ଚିତ କରିଛନ୍ତି ଯେ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଛାତ୍ରଛାତ୍ରୀ/ଶ୍ରମିକମାନଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି ।ଲାଗି ରହିଥିବା ଋଷିଆ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ରେ ପ୍ରାୟ ୨୦ ହଜାର ଭାରତୀୟ ଫସି ରହିଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୪ ହଜାର ଭାରତୀୟଙ୍କୁ ପର୍ତ୍ୟାବତ୍ତନ କରାଯାଇଥିବା ସୂଚନା ମିଳିଛି । ଏବେ ବି ପାଖାପାଖି ୧୬ ହଜାର ଭାରତୀୟ ୟୁକ୍ରେନ୍ରେ ଫସି ରହିଥବା ବେଳେ ଏମାନଙ୍କ ମଧ୍ୟରେ କିଛି ଓଡ଼ିଆ ରହିଛନ୍ତି । ବର୍ତ୍ତମାନ ଭାରତ ସରକାର ୟୁକ୍ରେନ୍ର ପଡୋଶୀ ପୋଲାଣ୍ଡ, ରୋମାନୀଆ ଭଳି ଦେଶ ସହାୟତାରେ ସେଠାରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି ।