କୂଅରେ ଖସି ପଡିଲେ ୩୦ରୁ ଅଧିକ ମହିଳା ଓ ଯୁବତୀ, ୧୩ ମୃତ

ନୂଆଦିଲ୍ଲୀ, ୧୭|୦୨: ବୁଧବାର ଦିନ ବିଳମ୍ବିତ ରାତିରେ   ବଡ଼ ଧରଣ ଅଘଟଣ ଘଟିଯାଇଛି । ଉତ୍ତରପ୍ରଦେଶର କୁଶୀନଗର ଠାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।   କୂଅରେ ପଡିଗଲେ ୩୦ରୁ ଅଧିକ ମହିଳା ଓ ଯୁବତୀ । ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିବାହ ପାଇଁ ଆୟୋଜନ ଚାଲିଥିବା ବେଳେ ଏପରି ଅଘଟଣ ସାମ୍ନାକୁ ଆସିଛି ।ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ, କୁଶିନଗରର ନେବୁଆ ନୋରାଙ୍ଗିଆ ସ୍କୁଲ ନିକଟରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା । ଏହି ସମୟରେ ଗାଁର ମହିଳା ଓ ଯୁବତୀମାନେ କନିଆଁ ଘର ପାଖରେ ଥିବା ଏକ କୂଅରେ ପାଖରେ ଠିଆ ହୋଇଥିଲେ ।

-Advertisement-

ହଳଦି ଉତ୍ସବ ଚାଲିଥିବାରୁ ସେମାନେ ଏକାଠି ହୋଇଥିଲେ।  ତେବେ ମହିଳା ଓ ଯୁବତୀମାନେ କୂଅର ଉପରେ ଥିବା ଏକ ଲୁହା ଜାଲି ଉପରେ ଠିଆ ହୋଇଥିଲେ । ଜାଲିଟି ଭାର ସମ୍ଭାଳି ନପାରି    ଭାଙ୍ଗିଯିବାରୁ ମହିଳା ଓ ଝିଅମାନେ   କୂଅ ଭିତରେ ଖସି ପଡିଥିଲେ ।ଏନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ଲୋକେ ଆସି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା ।   ଏହାରି ମଧ୍ୟରେ ୧୩ ଜଣ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା ।  

-Advertisement-