କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲା: ବାପ-ପୁଅଙ୍କୁ ଉଠାଇ ନେଲା ପୋଲିସ୍‌

ପୁରୀ, ୨୦/୦୩: ବହୁ ଚର୍ଚ୍ଚିତ ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ଦୁଇଜଣଙ୍କୁ ଉଠାଇ ନେଲା ପୋଲସ୍‌ । ଦୁହେଁ ବାପ-ପୁଅ ହୋଇଥିବା ସୂଚନା । ବାପ-ପୁଅ ଗୁନ୍‌ ସିଂହାରୀର ସଂପର୍କୀୟ ବୋଲି ଜଣାପଡ଼ିଛି । ପୂର୍ବରୁ ଉଭୟଙ୍କ ନାମରେ ଷ୍ଟେଶନ୍‌ରେ ପୋଷ୍ଟର ଲଗାଇଥିଲା ପୋଲସ୍ । ଗତ ବୁଧବାର ଦିନ ଟାଉନ୍‌ ଥାନା ଅଞ୍ଚଳରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ତାଙ୍କ ଘର ନିକଟରେ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଏଥିରେ ସେ ଗୁରୁତର ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜିରୋ ପଏଣ୍ଟରୁ କୃଷ୍ଣଚନ୍ଦ୍ରଙ୍କୁ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଥିଲା । ପୂର୍ବରୁ କୃଷ୍ଣଚନ୍ଦ୍ର ବହୁ ଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ଘଟଣାରେ ଜେଲ ଯାଇଥିଲେ ।