ଗଜପତି ମହାରାଜା କରୋନା ପଜିଟିଭ୍‌ , ରାଷ୍ଟ୍ରପତିଙ୍କୁ କରିବେନି ସ୍ୱାଗତ

ପୁରୀ,୧୯/୦୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପୁରୀ ଗଜପତି ମହାରାଜା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଜପତି ମହାରାଜା କରୋନା ପଜଟିଭ୍‌ ଚିହ୍ନଟ ହୋଇଥିବାରୁ ସେ ଫେବ୍ରୁଆରି ୧୯ ତାରିଖରେ ରାଷ୍ଟ୍ରପତିଙ୍କ ପାଇଁ ଆୟୋଜନ ହେବାକୁ ଥିବା ସ୍ୱାଗତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ନାହିଁ। ଗଜପତିଙ୍କ ଅନୁପସ୍ଥିିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ରାମନଥ କୋବିନ୍ଦଙ୍କ କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ କରାଯିବ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ବ୍ୟକ୍ତି ବିଶିଷ୍ଟମାନଙ୍କର ଆଜି କରୋନା ପରୀକ୍ଷା କରାଯାଇଥିଲା। ଏହି କ୍ରମରେ ଗଜପତି ମହାରାଜାଙ୍କର ମଧ୍ୟ କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ଗଜପତିଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି। ତେଣୁ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରହିବେ। ଗଜପତି ମହାରାଜା କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଭବ କରୁନାହାନ୍ତି। ସେ ବର୍ତ୍ତମାନ ପାଇଁ ୭ ଦିନ ପର୍ଯ୍ୟନ୍ତ ଗୃହ ସଂଗରୋଧରେ ରହିବେ।

-Advertisement-
-Advertisement-