ପୁରୀ,୧୨।୨: ୧୯୪୮ ମସିହା ଫେବ୍ରୁଆରି ୧୨ ତାରିଖ ପୁରୀ ଇତିହାସରେ ଯୋଡ଼ି ହୋଇଛି ସ୍ମୁତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁପରେ ମହୋଦଧୀରେ ବିସର୍ଜନ ପାଇଁ ଆସିଥିଲା ମହାତ୍ମାଙ୍କ ଚିତାଭସ୍ମ। ସେଦିନର ସେଇ ଅବିସ୍ମରଣୀୟ ଇତିହାସକୁ ଜନମାନସରେ ସାଇତି ରଖିବା ପାଇଁ ଆଜିର ଗାନ୍ଧୀଘାଟ । ସେତେବେଳେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରଚେଷ୍ଟାରେ ଗାନ୍ଧୀଘାଟ ନିର୍ମାଣ କରାଯାଇଥିଲା । ୪ ଏକର ଜାଗାରେ‘ଗାନ୍ଧୀ ସ୍ମୃତି ମନ୍ଦିର ଓ ଉଦ୍ୟାନ’ । ଏବେ ନାଲ୍କୋ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେବା ପରେ ଉଦ୍ୟାନର ବହୁବିଧ ବିକାଶ ହୋଇପାରିଛି। ଅଥଚ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ବ୍ରୋଞ୍ଜରେ ନିର୍ମିତ ହୋଇଥିଲେ ହେଁ ଗାନ୍ଧୀଜୀଙ୍କ ହାତରେ ଥିବା ବାଡ଼ିଟି ଲୁହାର ହୋଇଥିବାରୁ ଏଥିରେ କଳଙ୍କି ଧରି ଝଡ଼ିପଡ଼ିଲାଣି। ସର୍ବୋଦୟ ମେଳା କମିଟିର ସମ୍ପାଦକ ଶିବ ପ୍ରସାଦ ମିଶ୍ର ଗାନ୍ଧୀ ପ୍ରାର୍ଥନା ଗୃହ ଏବଂ ଗାନ୍ଧୀ ପାଠାଗାର ସ୍ଥାପନ ପାଇଁ ଦାବି କରିଛନ୍ତି। ପୁରୀ ସହରର ଉଦ୍ୟାନ ମଧ୍ୟରେ ପ୍ରତ୍ୟେକଦିନ ପ୍ରାର୍ଥନା ଆୟୋଜନ କରାଯାଯିବାକୁ ଦାବି କରିଛନ୍ତି।