ଚିଲିକାରେ ଜୈବ ବିବିଧତା ସର୍ଭେକ୍ଷଣ, ୨୮ଟି ଟିମ୍ ନିୟୋଜିତ

ବ୍ରହ୍ମଗିରି,୨/୨ : ଚିଲିକାରେ ଜୈବ ବିବିଧତା ସର୍ଭେକ୍ଷଣ ଆରମ୍ଭ ହୋଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ସର୍ଭେ କାର୍ଯ୍ୟ ସକାଳ ୬ ଟାରୁ ଆରମ୍ଭ ହୋଇଛି। ସାତପଡ଼ା ପଟୁ ୧୧ଟି ଟିମ୍ ଏବଂ ବାଲୁଗାଁ ପଟୁ ୧୭ଟି ଟିମ୍ ମୋଟ ୨୮ଟି ଟିମ୍ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ଟିମ୍‌ରେ ୪ ଜଣ ଲେଖାଏଁ ରହିଛନ୍ତି।ଏହି ସର୍ଭେରେ ଚିଲିକା ଭିତରେ ଦେଖାଯାଉଥିବା ବୃକ୍ଷ ଲତା, ମାଛ, ଚିଙ୍ଗୁଡ଼ି, ଡ଼ଲଫିନ, ପକ୍ଷୀ ଆଦି ଜୀବ ଜଗତର ଗଣନା କରାଯିବ।