ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଗ୍ରେନେଡ୍ ଆକ୍ରମଣ,ଯବାନ ସମେତ ୨୦ ଆହତ

ଶ୍ରୀନଗର ,୦୬।୦୩: ଜମ୍ମୁ କଶ୍ମୀର ରାଜଧାନୀ ଶ୍ରୀନଗରର ଲଳ ଚୌକରେ ହୋଇଛି ଆକ୍ରମଣ । ଜମ୍ମୁ-କଶ୍ମୀରର ଶ୍ରୀନଗରରେ ବ୍ୟସ୍ତବହୁଳ ଅଞ୍ଚଳରେ ରବିବାର ସୁରକ୍ଷାବଳଙ୍କୁ ଟାର୍ଗେଟ୍ କରାଯାଇ ଗ୍ରେନେଡ୍ ଆକ୍ରମଣ ହୋଇଛି। ବିସ୍ଫୋରଣରେ  ୨୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଆଟାକ ପଛରେ ଆତଙ୍କୀ ସଂଗଠନର ହାତ ଥିବା ନେଇ ଅନୁମାନ କରାଯାଉଛି । ତେବ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯିବା ପରେ ଏବେ ସେମାନେ ସୁସ୍ଥ ଥିବା ଜଣାଯାଇଛି ।  ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ପୂରା ଇଲାକାକୁ ଘେରାବନ୍ଦୀ କରିଛନ୍ତି। ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି। ଆହତଙ୍କୁ ସ୍ଥାନୀୟ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି। ଏହି ଆକ୍ରମଣ ଅମିରାକଦଲ ଅଞ୍ଚଳରେ ଘଟିଛି। ଏହି ସମୟରେ ସେଠାରେ ସିଆରପିଏଫ ଯବାନ ମୁତୟନ ଥିଲେ। ଆଇଜି ବିଜୟ କୁମାର ରବିବାର ଏହାର ସୂଚନା ଦେଇଛନ୍ତି।

-Advertisement-
-Advertisement-