ନବରଙ୍ଗପୁର,୯/୩ :ଡାବୁଗାଁ ବ୍ଲକରେ NREGS ଦୁର୍ନୀତିର ଧୀରେ ଧୀରେ ଖୁଲୁଚି ଘୁମାର ।କେନ୍ଦ୍ରସରକାର ଙ୍କ NREGS ଯୋଜନା ରେ ଆସୁଥିବା କୋଟି କୋଟି ଟଙ୍କାକୁ କିଭଳି ସ୍ଥାନୀୟ ବିଡ଼ିଓ, ଜି.ଆର.ଏସ, ଠିକାଦାର ମାନଙ୍କ ମଧୁଚନ୍ଦ୍ରିକା ରେ ହରିଲୁଟ୍ କରାଯାଉଛି ।ତହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଚଚରାଗୁଡା ପଞ୍ଚାୟତ କୁସୁମବନ୍ଦ ପାଖ ରାସ୍ତା କଡର କାଜୁ ବାଡ଼ରେ ଚାରି ପଟ କରାଯାଉଥିବା ଡ୍ରେନ କାମରେ ।ଶ୍ରମିକ ବଦଳରେ ମିସିନ କରୁଛି କାମ । ଯାହା ୧୦ ଲକ୍ଷ ଟଙ୍କାର ବଲି ସୂଚନା ମିଳୁଛି କିନ୍ତୁ କାମ ପାଖର କଣସି ସୂଚନା ଫଳକ ଲାଗିନାହିଁ ।ପ୍ରକାଶ ଥାଉକି ଏହି କାମର ଠିକାଦାର ଭାରତ ସୁନା ବଲି ଜଣା ପଡୁଛୁ । ଏହି କାର୍ଯ୍ୟ ବିଷୟରେ Grs କୁ ଫୋନ୍ ସାହାଯ୍ୟ ରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରୁଥିଲି କିନ୍ତୁ ଯୋଗାଯୋଗ ହେଇପାରି ନାହିଁ ।ଡାବୁଗାଁ ବ୍ଲକ ଦାଇତ୍ୱରେ ଥିବା ଏପିଓ ଙ୍କୁ ଯୋଗାଯୋଗ କରୁବାରୁ ଯଦି ଏଭଳି ଶ୍ରମିକ ବଦଳରେ ମିସିନ ଲଗାଇ କାମ କରା ଯାଇଛି ତାହାହେଲେ ତୁରନ୍ତ କାମ କୁ ବନ୍ଦ କରାଯିବ ଏବଂ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଵଲୀ ମତବ୍ୟକ୍ତ କରୁଛନ୍ତି ।ଏପରି ଅନେକ NREGS ର କାର୍ଯ୍ୟ କୁ ଠିକାଦାର ଓ ସରକାରୀ କର୍ମଚାରୀ ଆପସ ସଲାସୁତୁରରେ ସରକାରଙ୍କ ଆଖିରେ ଧୁଳି ଦେଇ ହେଉଛନ୍ତି ମାଲାମାଲ୍ । ସୂଚନାଯୋଗ୍ୟ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ବର୍ତ୍ତମାନ ସୁଦ୍ଧା ଜେସିବି ମେସିନ ଲଗାଇ ରାତାରାତି NREGS କାର୍ଯ୍ୟକାରି କରୁଥିବା ଅଭିଯୋଗ ମଧ୍ୟ ହେଉଛି । , ଯାହା ଫଳରେ ଆମ ଅଞ୍ଚଳର ଶ୍ରମିକ ମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଏବଂ ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବାହାର ରାଜ୍ୟକୁ ଯାଇ କିଭଳି ଅସହାୟ ଅବସ୍ଥାରେ ଫସିରହୁଛନ୍ତି ଏବଂ ନିର୍ଯାତନା ଭାଗୁଛନ୍ତି ।ଆଜିତେଲେଙ୍ଗାନାର ପାଇଦାପାଲିରେ ଫସିରାଇଥିବା ଏବଂ ନିର୍ଯାତନା ପାଉଥିବା ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଡାବୁଗାଁ ବ୍ଲକର ଡାବୁଗାଁ ସଦର ମହକୁମା ସ୍ଥିତ ନୂଆଗୁଡା ରୋ ଗବରୁ ଗୌଡ଼ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟ ଉପରେ ହସ୍ତକ୍ଷେପ କରି ଏହାର ସତ୍ୟାସତ୍ୟ ଘଟଣାର ଅନୁସନ୍ଧାନ କରି ତୁରନ୍ତ ଠିକାଦାର ଓ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଅଞ୍ଚଳବାସୀ ତରଫରୁ ଦାବି ହେଉଛି । ।