ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ପରାମର୍ଶ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜିଲ୍ଲାରେ ଆସନ୍ତା ୧୬ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଭୋଟ ଦେବା ନିମନ୍ତେ ଭୋଟର ପରିଚୟ ପତ୍ର ବ୍ୟତୀତ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବୈଧ ଥିବା ଅନ୍ୟ ୧୩ଟି ପ୍ରମାଣପତ୍ର ମଧ୍ୟରୁ ଯେ କୌଣସି ଗୋଟିଏକୁ ପରିଚୟପତ୍ର ଭାବେ ଦର୍ଶାଇ ଭୋଟର ମାନେ ମତଦାନ କରିପାରିବେ । ଉକ୍ତ ପ୍ରମାଣପତ୍ର ମଧ୍ୟରେ ଆଧାର କାର୍ଡ, ଏମଜି ନରେଗା କାର୍ଡ, ଫଟୋ ଥାଇ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ପକ୍ଷରୁ ଜାରି ପାସବୁକ, ପେନସନ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଭାରତୀୟ ପାସପୋର୍ଟ, ଛାତ୍ରଛାତ୍ରୀ ପରିଚୟ ପତ୍ର ଆଦି ରହିଛି । ଏତଦବ୍ୟତୀତ ପ୍ରତ୍ୟେକ ମତଦାନ କେନ୍ଦ୍ରରେ କୋଭିଡ ନୀୟମାବଳୀ ଅନୁପାଳନ କରିବାକୁ ଭୋଟର ମାନଙ୍କୁ ପରାମର୍ଶ ଦିଆଯାଇଛି । ମାସ୍କ ବ୍ୟବହାର ଏବଂ ପରସ୍ପର ମଧ୍ୟରେ ୬ ଫୁଟ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ନିର୍ଦ୍ଦେଶ ରହିଛି । ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଭୋଟର ମାନଙ୍କୁ ପରାମର୍ଶ ଦିଆଯାଇଛି ।

-Advertisement-
-Advertisement-