ନଦୀରେ ବୁଡ଼ିଲା ବରଯାତ୍ରୀ ଗାଡି, ବର ସମେତ ୯ମୃତ

କୋଟା ,୨୦।୦୨: ଚାମ୍ବଲ ନଦୀରେ ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି।   ଘଟିଛି ରାଜସ୍ଥାନର କୋଟାରେ ଘଟିଛି ଏଭଳି   ଦୁର୍ଘଟଣା।    ବିଳମ୍ବିତ ରାତିରେ ବାହାଘରକୁ ଯାଉଥିବା ଏକ କାର ନଦୀରେ ଖସି ପଡିବାରୁ ବର ସହିତ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।   ସୂଚନା ଅନୁସାରେ, ଏହି ବାରଯାତ୍ରୀ ଚୌଥର ବରୱାଡାଠାରୁ ଉଜ୍ଜେନ ଯାଉଥିଲା । ଯେଉଁ କାରଟି ନଦୀରେ ବୁଡ଼ିଥିଲା, ସେଥିରେ ବର ସହିତ ୯ ଜଣ ଥିବା ଜଣାପଡିଛି । ଘଟଣା ବିଷୟରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। କୋଟା ସହର ଏସ୍‌.ପି. କେଶର ସିଂହ ଶେଖାୱାତ୍‌ କହିଛନ୍ତି, ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା ଅନ୍ତର୍ଗତ ଚୌଥ୍‌ କା ବାର୍‌ୱାଡ଼ା ଗାଁରୁ ବର, ବରଯାତ୍ରୀ ନେଇ ମଧ୍ୟପ୍ରଦେଶର ଉଜ୍ଜୈନ୍‌ ଅଭିମୁଖେ କାର୍‌ଟି ଯାଉଥିଲା। ହଠାତ୍‌ ବସ୍‌ଟାଏ ସେମାନଙ୍କ କାର୍‌କୁ ଅତକ୍ରମ କରିଯିବାରୁ କାର୍‌ ବାଟବଣା ହୋଇ ଛୋଟି ପୁଲିୟା ଉପରକୁ ଚାଲିଯିବା ପରେ ନିୟନ୍ତ୍ରଣରୁ ବାହାରିଯାଇ ନଦୀ ମଧ୍ୟକୁ ଖସିପଡ଼ିଥିଲା। କାର୍‌ ମଧ୍ୟରୁ ୭ଜଣଙ୍କ ଶବ ଏବଂ ନଦୀ ପାଣିରୁ ଦୁଇଜଣଙ୍କ ଶବ ଉଦ୍ଧାର କରାଯାଇଛି। ସମ୍ଭବତଃ ଢୋଳ ଲାଗୁଥିବା କାରଣରୁ ଡ୍ରାଇଭର୍‌ କାର୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦୁଃଖ ପ୍ରକାଶ କରି ଟୁଇଟ୍‌ କରିଛନ୍ତି, ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଏଭଳି କ୍ଷତି ସହ୍ୟ କରିବାକୁ ଈଶ୍ବର ସେମାନଙ୍କୁ ସାମର୍ଥ୍ୟ ଦିଅନ୍ତୁ। ଦିବଂଗତମାନଙ୍କ ଆତ୍ମା ଶାନ୍ତି ଲାଭ କରୁ।