ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ : ଡିଜିପି

ଭୁବନେଶ୍ବର, ୧୭ ।୨ :ରାଜ୍ୟରେ  ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ । କିନ୍ତୁ ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଡକାଇଛନ୍ତି ଜରୁରୀ ବୈଠକ । ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତି ୪ ଟି ପର୍ଯ୍ୟାୟକୁ  ବିଶେଷ ଗୂରୁତ୍ୱ ଦିଆଯିବ  ବୋଲି ଡିଜିପି ସୁନୀଲ ବଂଶଲ କହିଛନ୍ତି।  

-Advertisement-

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଗୋଟେ ଦୁଇଟି ସ୍ଥାନରେ ହିଂସା ଘଟିଛି । ଯେଉଁଠି ହିଂସା ଘଟିଛି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତଦନ୍ତ କରି ଗିରଫ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି  । ବଳକା ୪ ଟି ପର୍ଯ୍ୟାୟ ନିର୍ବାଚନକୁ ସୁରୁଖୁରରେ କରିବା ପାଇଁ ପ୍ରୟାସ ଜାରୀ  ରହିଛି। ସେଥିପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତି ରହିଛି ।ତେବେ ନିର୍ବାଚନରେ ଭାଗ ନେବା ପାଇଁ ଲୋକେ ସ୍ବଇଚ୍ଛାରେ ଭୋଟ ଦେବାକୁ ଆସୁଛନ୍ତି । ଏପରିକି ମାଓବାଦୀ ପ୍ରବଣ ଅଞ୍ଚଳରେ ମଧ୍ୟ ନିର୍ବାଚନ ସୁରୁଖରୁରେ ସମ୍ପନ୍ନ ହୋଇଥିବା ପୋଲିସ ଡିଜିପି ସୁନିଲ ବଂଶଲ  କହିଛନ୍ତି।

-Advertisement-