ପରଲୋକରେ ଡିସ୍କୋ ମ୍ୟୁଜିକ୍‌ର ପ୍ରସିଦ୍ଧ ଗାୟକ ବାପ୍ପୀ ଲାହିରୀ

ମୁମ୍ବାଇ,୧୬।୦୨:ପରଲୋକରେ ଡିସ୍କୋ ମ୍ୟୁଜିକ୍‌ର ପ୍ରସିଦ୍ଧ ଗାୟକ ବାପ୍ପୀ ଲାହିରୀ| ସଂଗୀତଜ୍ଞ ବାପ୍ପି ଲାହିରୀଙ୍କ ୭୦ ବର୍ଷ ବୟସରେ ମୁମ୍ବାଇସ୍ଥିତ ବାସଭବନରେ   ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।     ହଠାତ୍ ଗୁରୁତର ହୋଇପଡ଼ିବାରୁ ବାପ୍ପିଙ୍କୁ ମଙ୍ଗଳବାର ରାତିରେ ଡାକ୍ତରଖାନାକୁ ନିଆଯାଇଥିଲା । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ।ଗତ ୬ ତାରିଖରେ ସୁର ସାମ୍ରାଜ୍ଞୀ ଲତାଙ୍କର ପରଲୋକ ଘଟିଥିବା ବେଳେ ବାପିଙ୍କ ଅଚାନକ ମୃତ୍ୟୁ ସଙ୍ଗୀତ ଜଗତରେ ଦୁଇଟି ଶୂନ୍ୟସ୍ଥାନ ସୃଷ୍ଟି କରିଛି ।  ଭାରତରେ ଡିସ୍କୋ ମ୍ୟୁଜିକର ପୁରୋଧା କୁହାଯାଉଥିବା ବାପ୍ପି ‘ଦା’ ପରଲୋକ ହୋଇଯିବା ପରେ ତାଙ୍କର ସମର୍ଥକ ତଥା ସଂଗୀତ ଜଗତର ଏକ ବଡ଼ଧରଣର କ୍ଷତି ପହଞ୍ଚିଛି । ବାପି ହିନ୍ଦି, ବଙ୍ଗାଳି, ତାମିଲ, ତେଲୁଗୁ ଓ କନ୍ନଡ଼ ଆଦି ଭାଷାରେ ଗୀତ ଗାଇଛନ୍ତି । ତାଙ୍କର ପ୍ରକୃତ ନାମ ହେଉଛି ଅଲୋକେଶ ଲହରି, ମାତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ବାପି ଲାହିରି ନାମରେ ସମସ୍ତେ ଜାଣନ୍ତି । ସେ ଏକାଧାରରେ ଜଣେ ସିଙ୍ଗର, କମ୍ପୋଜର, ରାଜନେତା, ରେକର୍ଡ ପ୍ରଡ୍ୟୁସର ଅଟନ୍ତି । ସେ ଭାରତୀୟ ମ୍ୟୁଜିକକୁ ଡିସ୍କୋ ମ୍ୟୁଜିକକୁ ଏକ ଅଲଗା ଷ୍ଟାଇଲରେ ନେଇ ଆସିଥିଲେ । ସେ ଡିସ୍କୋ ଡ୍ୟାନ୍ସର, ବାରଦାତ, ନମକ ହଲାଲ, ଶରାବୀ, କମାଣ୍ଡୋ ଫରି ଫିଲ୍ମରେ ହିଟ୍ ଟ୍ରାକ୍ ଦେଇ ଫେମସ୍ ହୋଇଥିଲେ ।