ସମ୍ବଲପୁର ୦୫।୦୪: ବନ୍ଦ ହେଲା କଲମାର ସବୁ ଗେଟ । ବର୍ତ୍ତମାନ ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ମୁନ୍ଦାଏ ବି ପାଣି ଆସୁନି । ଯାହା ଆଗକୁ ମହାବିପଦର ସାମ୍ନା କରିବ ମହାନଦୀ । ଖବର ଅନୁଯାୟୀ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୧୮.୦୮ ଫୁଟ । ଯାହା ୨୦୨୦ରେ ଆଜିର ଦିନରେ ୬୨୨.୮୯ ଫୁଟ ରହିଥିଲା ।ଚଳିତ ବର୍ଷ ବର୍ଷା କମ ସାଙ୍ଗକୁ ଅଣମୌସୁମୀ ସମୟରେ ଗେଟ୍ ବନ୍ଦ କରିବା ଛତିଶଗଡର ମନମାନି ବୋଲି କୁହାଯାଇପାରେ। ଆଜିର ଦିନରେ ଜଳଭଣ୍ଡାରକୁ ଜଳପ୍ରବେଶ ନଥିବା ବେଳେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ୧୬୪୭୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ।ତେବେ ଏପ୍ରିଲରୁ ଯଦି ଏଭଳି ସ୍ଥିତି ଉତ୍ପନ୍ନ ହେଲାଣି ତେବେ ଆଗକୁ କଣ ହେବ ସ୍ଥିତି, ତାହା ଜଳ ଜଳ ହୋଇ ଦିଶିଲାଣି ।ଅନ୍ୟ ପକ୍ଷରେ ଗତ ଜାନୁଆରୀ ମାସରେ ୦.୩୩୨ ମିଲିୟନ ଏକର ଫୁଟ ଜଳ ହୀରାକୁଦ ଜଜ ଭଣ୍ଡାରକୁ ଆସିଥିବାବେଳେ ଫେବୃଆରୀ ମାସରେ ତାହା କମି ୦.୧୬୪ ମିଲିୟନ ଫୁଟ ହୋଇଛି । ମାର୍ଚ୍ଚରେ ତାହା ପୁଣି କମିଆସି ୦.୧୧୩ ମିଲିୟନ ଏକର ଫୁଟ୍ ରେ ପହିଂଚିଛି ।