ଭୋପାଳ ୨୨/୦୨: ମଧ୍ୟ ପ୍ରଦେଶର ଉନ୍ନା ସ୍ଥିତ ବାଥୁ ଅଞ୍ଚଳରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯାହା ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଭୟଙ୍କର ବିସ୍ଫୋରଣରେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମିଳିଥିବା ସୂଚନା ଅନୁସାରେ, ଅବୈଧ ଭାବେ ଚାଲୁଥିବା ବାଣ କାରଖାନରେ ମଙ୍ଗଳବାର ସକାଳେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ଫଳରେ ବାଣ କାରଖାନାରେ କାର୍ଯ୍ୟରତ କିଛି ଶ୍ରମିକ ଜୀବନ୍ତ ଜଳିଯାଇଛନ୍ତି । ପୋଲିସ ଅଧିକ୍ଷକ ଅର୍ଜିତ ସେନ୍ ଠାକୁର କହିଛନ୍ତି, ଅବାଧ ଭାବେ ଚାଲିଥିବା ବାଣ କାରଖାନାରେ ବିସ୍ଫୋରଣ ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏ ନେଇ ସୂଚନା ମିଳିବା ପରେ ଜିଲ୍ଲାପାଳ ରାଘବ ଶର୍ମା ଏବଂ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଝାନଭିନ୍ ଆରମ୍ଭ କରିଛନ୍ତି ।