ନୂଆଦିଲ୍ଲୀ, ୩/୩: ୟୁକ୍ରେନରୁ ଭାରତୀୟ ଛାତ୍ରଙ୍କୁ ଆଣିବାକୁ ଭରାତ ସରକାରଙ୍କ ତରଫରୁ ଭାରତୀୟ ବାୟୁସେନାକୁ ନିୟୋଜିତ କରାଯାଇଛି । ଏହି କ୍ରମରେ ଭାରତୀୟ ବାୟୁସେନାର ଚାରିଗୋଟି ସି-୧୭ ବିମାନ ନିୟୋଜିତ ହୋଇଅଛି । ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ରୁ ମୋଟ ୭୯୮ ଜଣ ଭାରତୀୟଙ୍କୁ ନେଇ ଏହି ବିମାନ ପ୍ରତ୍ୟାବର୍ତ୍ତନ କରିଛି ।
-Advertisement-
ଭାରତୀୟ ମାନଙ୍କୁ ୟୁକ୍ରେନରୁ ଖାଲି କରରେଇବା ପାଇଁ ଭାରତ ସରକାର କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ସିଂ ପୁରୀ, କିରେନ ରିଜିଜୁ ଏବଂ ଜେନେରାଲ(ରିଟାୟାର୍ଡ) ଭି.କେ. ସିଂ ଙ୍କୁ ୟୁକ୍ରେନର ପଡୋଶୀ ଦେଶ ମାନଙ୍କ ଗସ୍ତରେ ପଠାଇଛନ୍ତି । ଶ୍ରୀ ସିନ୍ଧିଆ ରୋମାନିଆ ଏବଂ ମଲଡୋଭାରେ, ସ୍ଲୋଭାକିଆରେ ଶ୍ରୀ କିରେନ ରିଜିଜୁ, ହଙ୍ଗେରୀରେ ହରଦୀପ ସିଂ ପୁରୀ ଏବଂ ପୋଲାଣ୍ଡରେ ଜେନେରାଲ(ରିଟାୟାର୍ଡ) ଭି.କେ. ସିଂ କାର୍ଯ୍ୟ ପରିଚାଳନା କରିବେ | ସରକାରୀ ସୂତ୍ରରୁ ପ୍ରକାଶ ଯେ ୟୁକ୍ରେନରୁ ବାହାରିବା ଭାରତର ସର୍ବୋଚ୍ଚ ପ୍ରାଥମିକତା ।
-Advertisement-