କେନ୍ଦ୍ରାପଡ଼ା, ,୩୧/୦୩: ଓଡିଶାରେ ସବୁଠୁ ଅଧିକ ପ୍ରଜାତିର ଡଲଫିନଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳିଛି। ବନ ବିଭାଗ ପକ୍ଷରୁ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ ହୋଇଥିବା ଡଲଫିନ୍ ଗଣନା ରିପୋର୍ଟ ବୁଧବାର ଦିନ ପ୍ରକାଶ ପାଇଛି। ଓଡ଼ିଶାରେ ମୋଟ ୭୨୬ ଡଲଫିନ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଭିତରକନିକାରେ ୫୪୦, ଚିଲିକାରେ ୧୬୭, ପୁରୀରେ ୧୫ ଓ ଭଦ୍ରକରେ ୪ଟି ଡଲଫିନ୍ ଚିହ୍ନଟ ହୋଇଛନ୍ତି। ମୋଟ୍ ୬ ପ୍ରଜାତିର ଡଲଫିନ୍ ଦେଖାଦେଇଥିଲା । ସେଥିମଧ୍ୟରୁ କେବଳ ଭିତରକନିକାରେ କେବଳ ୫ ପ୍ରଜାତିର ଡଲଫିନ୍ ଦେଖିବାକୁ ମିଳିଛି।ରାଜ୍ୟ ବନପ୍ରାଣୀ ମୁଖ୍ୟାଳୟ ରିପୋର୍ଟ ଅନୁଯାୟୀ, ଭିତରକନିକାରେ ଇରାୱାଡି ଜାତୀୟ ଡଲଫିନ୍ ୪୫ଟି, ବଟଲ୍ନୋଜ୍ ୧୩୫, ହମ୍ପବ୍ୟାକ୍ ୩୩୨, ଷ୍ଟ୍ରିପେଡ୍ ୧୩ ଓ ସ୍ପିନର ପ୍ରଜାତିର ୧୫ଟି ଡଲଫିନ୍ ଚିହ୍ନଟ କରାଯାଇଛି। ସ୍ପିନର, ଷ୍ଟ୍ରିପେଡ୍ ଓ ହମ୍ପବ୍ୟାକ୍ ପ୍ରଜାତିର ଡଲଫିନ୍ କେବଳ ଭିତରକନିକାରେ ହିଁ ଦେଖିବାକୁ ମିଳିଛି। ପୂର୍ବରୁ ଏତେ ସଂଖ୍ୟକ ଡଲଫିନ୍ ଓଡ଼ିଶାରେ ଦେଖିବାକୁ ମିଳି ନ ଥିଲା।
-Advertisement-
-Advertisement-