ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରରେ ବାଜିପାରିବନି ଲାଉଡ୍‌ସ୍ପିକ

ଲୌକ୍ଷ୍ନ,୨୮/୪: ଲାଉଡ୍‌ସ୍ପିକର ବିବାଦ ମାମଲାରେ ଉତ୍ତରପ୍ରଦେଶର ବିଭିନ୍ନ ଧର୍ମସ୍ଥଳୀରୁ ହଟିଲା ହଜାର ହଜାର ଲାଉଡ୍‌ସ୍ପିକର । ଗତ ୪ ଦିନ ଭିତରେ ୟୁପିର ବିଭିନ୍ନ ସ୍ଥାନରେ ଥିବା ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାରରୁ ପ୍ରାୟ ୧୧ ହଜାର ଲାଉଡ୍‌ସ୍ପିକର ହଟାଯାଇଛି । ଏହାସହ ୩୫ ହଜାରରୁ ଅଧିକ ଲାଉଡ୍‌ସ୍ପିକରର ଆଓ୍ୱାଜ୍ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଧର୍ମସ୍ଥଳକୁ ଯାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ କେତୋଟି ଲାଉଡ୍‌ସ୍ପିକର ଲାଗିଛି ଓ ସେଥିରୁ ଦିନ ଓ ରାତିରେ କେତେ ଡେସିବଲ୍ ଶବ୍ଦ ବାହାରୁଛି ଯାଞ୍ଚ କରିଥିଲେ । ଏହାପରେ ସଂପୃକ୍ତ ସ୍ଥଳର ଧର୍ମଗୁରୁମାନଙ୍କ ସହ ଆଲୋଚନା କରି କିଛି ଲାଉଡ୍‌ସ୍ପିକରକୁ ହଟାଇ ଦିଆଯାଇଥିବା ବେଳେ ଆଉ କିଛିର ଶବ୍ଦ ଯେପରି ପରିସର ଭିତରେ ହିଁ ସୀମିତ ରହେ ସେ ଦିଗରେ ପଦକ୍ଷେପ ନିଆଯାଇଛି । ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ‘ସମସ୍ତଙ୍କ ପାଇଁ ନିଜ ଧର୍ମ ରୀତି ନୀତି ଅନୁସାରେ ପୂଜାପାଠ କରିବାକୁ ସ୍ୱାଧୀନତା ଅଛି । ହେଲେ ଏହା ଯେପରି ଅନ୍ୟମାନଙ୍କୁ ବିରକ୍ତ ନକରେ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ଲାଉଡ୍‌ସ୍ପିକର ବଜାଅ ହେଲେ ଶଦ୍ଦ ବାହାରକୁ ଆସିବ ନାହିଁ ।’ଏହାସହ ଏପ୍ରିଲ ୩୦ ସୁଦ୍ଧା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ ଉଲ୍ଲଂଘନ କରୁଥିବା ଲାଉଡ୍‌ସ୍ପିକର ଗୁଡ଼ିକୁ ହଟାଇବାକୁ ବା ଶବ୍ଦ କମ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

-Advertisement-
-Advertisement-

Leave a Reply