ମହାପ୍ରଭୁଙ୍କ ପଇତାଲାଗି ନୀତି , ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୫/୦୪: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ହେବ । ଦଶମୀ ତିଥିରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଠାକୁରଙ୍କ ଏହି ସେବା କରିବେ । ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ନ ୪ଟା ପରଠାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ବନ୍ଦ ରହିବ । ନୀତି ସରିବା ପରେ ଠାକୁରଙ୍କ ମାଘ ସ୍ନାନ ବଢିଲେ ପୁନଃ ଦର୍ଶନ ଆରମ୍ଭ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିଲା ପରେ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରି ସାମୁହିକ ସେବା ସମ୍ପନ୍ନ କରିବେ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ହେଉଥିବା ସେବାୟତମାନେ କୁହନ୍ତି । ପାଟବସ୍ତ୍ରକୁ ପଇତା ଭଳି ବଳାଯାଇ ଦାରୁ ଦେବତାଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ ।

-Advertisement-
-Advertisement-

Leave a Reply