କଟକ ୦୩।୦୪:କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ କ୍ରାଇମବ୍ରାଞ୍ଚ ରିମାଣ୍ଡ ସରିଛି । ଆଜି ଅଭିଯୁକ୍ତ ମାନଙ୍କୁ ଚାନ୍ଦବାଲି JMFC କୋର୍ଟରେ ହାଜର କରାଯିବ । ତେବେ ଏହି ଘଟଣାରେ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ କ୍ରାଇମ ବ୍ରାଞ୍ଚ । ମାର୍ଚ୍ଚ ୨୯ରୁ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ନିରଂଜନ ଓ ରଂଜନଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ | ଏହି ୫ଦିନିଆ ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଅନେକ ଠୋସ୍ ସୁରାକ । ଗତକାଲି ନିରଂଜନ ଓ ଶର୍ମିଷ୍ଠାଙ୍କୁ ନେଇ ସମ୍ପୂର୍ଣ୍ଣ ନୁ୍ୟଜ୍ ଅଫିସରେ ସିନ୍ ରିକ୍ରିଏସନ୍ କରିଥିଲେ ତଦନ୍ତକାରୀ ଅଧିକାରୀ । ନିରଂଜନଙ୍କ ଏକ ଗୁପ୍ତ ଡାଏରୀ ବି ଜବତ ହୋଇଛି । ତେବେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନିରଞ୍ଜନ ସେଠୀ ଫେରାର କରାଇଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା । କିଛି ଭିଡିଓ ଫୁଟେଜ୍ କୁ କେନ୍ଦ୍ର କରି କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କୁ ହତ୍ୟା କରାଯାଇଥିବା କଥା ମଧ୍ୟ ପଦାକୁ ଆସିଛି ।ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ପ୍ରକୃତରେ କେଉଁ କାରଣ ପାଇଁ ମାନସଙ୍କୁ ହତ୍ୟା କରାଗଲା ? ସେ ସମ୍ପର୍କରେ ତଦନ୍ତ ଚାଲିଛି। ତେବେ ହତ୍ୟାର ପ୍ରମୁଖ କାରଣ ଏବେ ଯାଏ ତଦନ୍ତକାରୀ ସଂସ୍ଥା ହାତରେ ଲାଗିନି।ତେବେ ଆଗକୁ ଅନେକ ଦିଗ ଉପରୁ କ୍ରାଇମ୍ବ୍ରାଞ୍ଚ ପରଦା ହଟାଇବା ଲାଗି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ । ଏଥିଲାଗି ଚାନ୍ଦବାଲି କୋର୍ଟରେ ମଧ୍ୟ ଆବେଦନ କରିପାରେ ବୋଲି ସୂଚନା ରହିଛି ।
-Advertisement-
-Advertisement-