ରାଜ୍ୟରେ ଆସନ୍ତା ୨୧ ତାରିଖରୁ ବର୍ଷା

ଭୁବନେଶ୍ୱର,୧୩/୦୨: ରାଜ୍ୟରେ ଆସନ୍ତା ୨୧ ତାରିଖରୁ ବର୍ଷା ହେବ । ୨୨ରୁ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭାରୀ ବର୍ଷାର ଆଶଙ୍କା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛି । ୧୩ ତାରିଖରୁ ରାଜ୍ୟରୁ କ୍ରମଶଃ ଶୀତ ଗାଏବ ହୋଇଯିବ ବୋଲି ସେ କହିଛନ୍ତି । ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ଟ୍ରଫ୍‌ ପ୍ରଭାବରେ ଆସନ୍ତା ୨୧ ତାରିଖରୁ ରାଜ୍ୟରେ ପାଗ ପୂରା ବଦଳିବ । ସାରା ରାଜ୍ୟରେ ମେଘୁଆ ପାଗ ରହିବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୨ ତାରିଖରୁ ତିନି ଦିନ ଯାଏ ପ୍ରବଳ ବର୍ଷା ହେବ । ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହେବାକୁ ଆଉ କିଛି ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି ।ସେହିଭଳି ରାଜ୍ୟରେ ୧୩ ତାରିଖରୁ ତାପମାତ୍ରା କ୍ରମଶଃ ବଢ଼ିବ ଓ ଶୀତ ହଜିଯିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଉଭୟ ଦିନ ଓ ରାତି ତାପମାତ୍ରା ବଢ଼ିବ । ୧୦.୨, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ଥିଲା । ଟିଟିଲାଗଡ଼ରେ ଦିନବେଳା ସର୍ବାଧିକ ୩୧.୨ ଡିଗ୍ରୀ ତାପମାତ୍ରା ଥିଲା ।