ଭୁବନେଶ୍ବର ୧୨/ ୦୪ : ଲୋକସେବା ଭବନରୁ ହଟିଲା କୋଭିଡ୍ କଟକଣା । କୋଭିଡ ମହାମାରୀ କାରଣରୁ ଲୋକସେବା ଭବନରେ ଲାଗୁ ହୋଇଥିବା କଟକଣାକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ସହିତ ଖାରବେଳ ଭବନ ଏବଂ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛି । ଆସନ୍ତା ଏପ୍ରିଲ ୧୮ ତାରିଖରୁ ଲୋକସେବା ଭବନ ସମେତ ଖାରବେଳ ଭବନ ଏବଂ ରାଜୀବ ଭବନ ଖୋଲାଯିବ। ଖାରବେଳ ଭବନ ଏବଂ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛି । ଗୃହ ବିଭାଗ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ, କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ପ୍ରତିବନ୍ଧକ ମଧ୍ୟ ହଟାଯାଇଛି । ତେଣୁ ରାଜ୍ୟ ସରକାର ଆସନ୍ତା ଏପ୍ରିଲ ୧୮ ତାରିଖରୁ ଲୋକସେବା ଭବନ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।
-Advertisement-
-Advertisement-