ପୁରୀ,୨୪/୦୨: ଶ୍ରୀମନ୍ଦିର ଉପରେ ହଳଦିଆ ରଙ୍ଗର ସ୍ୱତନ୍ତ୍ର ଆଲୁଅ ସ୍ଥାପନ ହେବ|କାର୍ଯ୍ୟ ଦାୟିତ୍ୱ ନେଇଛି ଦିଲ୍ଲୀସ୍ଥିତ ଏକ ଘରୋଇ ସଂସ୍ଥା ୱାପକୋସ୍ ।ଶ୍ରୀମନ୍ଦିର ଆଲୋକୀକରଣ ପରିକଳ୍ପନାରେ ଦେଢ଼ କୋଟି ଟଙ୍କାର ଖର୍ଚ୍ଚ ଅଟକଳ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଓ ଦିଲ୍ଲୀର ୱାପକୋସ୍ ସଂସ୍ଥାର ମିଳିତ ସଂଯୋଜନାରେ ଶ୍ରୀମନ୍ଦିର ଆଲୋକୀକରଣ ପ୍ରକଳ୍ପ ଅରାମ୍ଭ ହୋଇଛି । ପରିକଳ୍ପନାର ତତ୍ତ୍ୱାବଧାରକ ରହିଛି ଏଏସଆଇ । ପ୍ରଥମ ପର୍ଯ୍ୟାୟରେ କୁରୁମବେଢ଼ା ଚାଳିରେ ଏହି ଲାଇଟ୍ ସ୍ଥାପନ ଅରମ୍ଭ ହୋଇଛି । ବର୍ତ୍ତମାନ ୬୦ ୱାଟ୍ର ଏଲଇଡି ବଲ୍ବ ଲଗାଯାଉଛି । କୋଣାର୍କ ସୂର୍ଯ୍ୟମନ୍ଦିର ଆଲୋକୀକରଣ ପରେ ଏବେ ଶ୍ରୀମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଛି । ଆଲୋକୀକରଣ ପରିକଳ୍ପନାର ସଫଳ ରୂପାୟନ ନିମନ୍ତେ ୱାପକୋସ୍ ପକ୍ଷରୁ ହାଇ ଭୋଲଟେ୍ଜର ଏଲଇଡି ବଲ୍ବ ଲଗାଇବା ଆରମ୍ଭ ହୋଇଛି । କାର୍ଯ୍ୟ ଦାୟିତ୍ୱ ନେଇଛି ଦିଲ୍ଲୀସ୍ଥିତ ଏକ ଘରୋଇ ସଂସ୍ଥା ୱାପକୋସ୍ । ଏହି ସଂସ୍ଥା ର ଯନ୍ତ୍ରୀମାନେ ଆଲୋକୀକରଣ ପରିକଳ୍ପନାରେ ଶ୍ରୀମନ୍ଦିର ଭିତରେ କେଉଁ ସ୍ଥାନରେ ଉଜ୍ଜ୍ୱଳ ଆଲୁଅ ଲାଗିବ ଏହାର ସ୍ଥାନ ନିରୂପଣ କାର୍ଯ୍ୟ ତତ୍ତ୍ୱାବଧାନ କରିଛନ୍ତି । ଭିତର ବେଢ଼ାର କୁରୁମ ବେଢ଼ା, ବାହାର ବେଢ଼ାର ମେଘନାଦ ପାଚେରି, ଶ୍ରୀମନ୍ଦିର ମୂଳ ଦେଉଳର ବେକି ଠାରୁ ଆରମ୍ଭ କରି ଜଗମୋହନ, ନାଟମଣ୍ଡପ, ଭୋଗ ମଣ୍ଡପ, ସିଂହଦ୍ୱାର ସମେତ ଅନ୍ୟ ତିନି ଗୋଟି ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦ୍ୱାର ଗୁମୁଟରେ ସ୍ୱତନ୍ତ୍ର ମାନର ଭିନ୍ନ ଭିନ୍ନ ଶକ୍ତିର ଏଲ୍ଇଡି ଲାଇଟ୍ ବିଚ୍ଛୁରଣ କରାଯାଉଛି । ପ୍ରସ୍ତାବିତ ପରିକଳ୍ପନାରେ ୧୦ ୱାଟ, ୧୨ ୱାଟ୍, ୧୪ ୱାଟ୍, ୧୫ ୱାଟ୍, ୪୦ ୱାଟ୍, ୬୦ ୱାଟର ବିଦେଶୀ ଜ୍ଞାନ କୌଶଳ ଅବଲମ୍ବନରେ ନିର୍ମିତ ଏଲ୍ଇଡି ବଲ୍ବ ସ୍ଥାପନ କରାଯିବ । ଏହି ସବୁ ଆଲୁଅ ଶ୍ରୀମନ୍ଦିରକୁ କେନ୍ଦ୍ର କରି ବିଚ୍ଛୁରିତ ହେବ । ସମସ୍ତ ଆଲୁଅ ଏକ ନିର୍ଦ୍ଦିଷ୍ଟ ଦିଗକୁ ମୁହଁ କରି ସ୍ଥାପନ ହେବ । ଆଲୋକୀକରଣ ସ୍ଥାନ ନିରୂପଣ ଆଧାରରେ ଏହି ଯନ୍ତ୍ରୀମାନେ ନକ୍ସା ମଧ୍ୟ ପ୍ରସ୍ତୁତ କରିଥିବାର ସୂଚନା ମିଳିଛି ।
-Advertisement-
-Advertisement-