ସଂସଦରେ ଉପସ୍ଥାପିତ ହେଲା ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍

ନୂଆଦିଲ୍ଲୀ,୧/୨:ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି। ଏହାସହ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଶସ୍ତା ଜିନିଷ ହେଉଛି ଚମଡ଼ା ସାମଗ୍ରୀ,କୃଷି ଉପରକରଣ,ମୋବାଇଲ ଚାର୍ଜର,କପଡ଼ା,ହୀରା ଗହଣା, ରତ୍ନ ପଥର,ଷ୍ଟିଲ୍, ଇମିଟେସନ ଗହଣା, ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ସାମଗ୍ରୀ,ଇଲେକ୍ଟ୍ରୋନିକ୍ସ ସାମଗ୍ରୀ,ପେଟ୍ରୋଲିୟମ ପ୍ରଡକ୍ଟ ପାଇଁ ଆବଶ୍ୟକୀୟ କେମିକାଲ୍‌ ଉପରେ କଷ୍ଟମ୍‌ ଡ୍ୟୁଟି, କ୍ୟାମେରା ମଡ୍ୟୁଲ୍‌ । ହେଲେ ମହଙ୍ଗା ହେଲା ଇମ୍ପୋର୍ଟେଡ୍‌(Imported) ସାମଗ୍ରୀ ଆଉ ଛତା । ଅପରିବର୍ତ୍ତିତ ରହିଲା ଆୟକର(Income Tax) ସ୍ଲାବ୍। ଚଳିତ ବର୍ଷ ବି କେନ୍ଦ୍ରୀୟ ବଜେଟ୍‌ରେ ଆୟକର ସୀମାରେ କୌଣସି ପରିବର୍ତ୍ତନ ହୋଇନି। ଚିରାଚରିତ ବହି ଖାତା ବଦଳରେ ଏଥର ଟ୍ୟାବଲେଟ୍‌ରେ ବଜେଟ୍ ଉପସ୍ଥାପନ କରିଥିଲେ। ଏଥରକୁ ମିଶାଇ ଲଗାତାର ୨ ବର୍ଷ ଧରି ଟିକସ ସ୍ଲାବ୍‌ରେ କୌଣସି ପରିବର୍ତ୍ତନ ହୋଇନି। କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। କୋର୍ଟ ଝମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ ବୋଲି ସେ କହିଛନ୍ତି।

-Advertisement-
-Advertisement-