ଭୁବନେଶ୍ୱର, ୩୧/୦୩: ରାଜ୍ୟରେ ଏପ୍ରିଲ ୨ରୁ ହେବାକୁ ଥିବା ସକାଳୁଆ ସ୍କୁଲ ନିୟମରେ ପରିବର୍ତ୍ତନ ଆସିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ବିଭାଗ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ସମୟ ସକାଳ ୬.୩୦ରୁ ୧୦.୩୦ କୁ ପରିବର୍ତ୍ତନ କରାଯାଇଛି । ସେହିପରି ନବମରୁ ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ ୭ଟାରୁ ୧୧.୩୦ ପର୍ଯ୍ୟନ୍ତ ଚାଲୁ ରହିବ । ଉଭୟ କ୍ଲାସ ପାଇଁ ସମୟସୀମାରେ ୩୦ ମିନିଟ ଲେଖାଏଁ ବୃଦ୍ଧି କରାଯାଇଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ ।
-Advertisement-
-Advertisement-