ପୁରୀ, ୬/୨: ବିଶିଷ୍ଟ ସଙ୍ଗୀତଜ୍ଞ ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କର ଦେହାନ୍ତ ହୋଇଯାଇଅଛି। ପୁରୀ ତଥା ଓଡିଶାର ନାମକୁ ଶାସ୍ତ୍ରୀୟ ସଂଗୀତ ଜଗତରେ ପରିଚିତ କରାଇବାରେ ତାଙ୍କର ଅବଦାନ ଅବିସ୍ମରଣୀୟ । ହିନ୍ଦୁସ୍ଥାନୀ ତଥା ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ସର୍ବଭାରତୀୟ ସ୍ତରରେ ତଥା ବିଦେଶରେ ପଣ୍ଡିତ ହୋତା ନିଜର ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରିପାରିଥିଲେ । ୮୭ ବର୍ଷ ବୟସରେ ଗୁରୁ ପଣ୍ଡିତ ଦାମୋଦର ହୋତାଙ୍କ ଦେହାବସାନ ଘଟିଛି । ଗୁରୁଜୀଙ୍କ ବିୟୋଗ ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ତାନ ସୃଷ୍ଟି କରିଛି ଯାହା ଅପୂରଣୀୟ ।