ନୂଆଦିଲ୍ଲୀ,୧୫/୦୩: ଋଷ-ୟୁକ୍ରେନ୍ ଯୁଦ୍ଧ ଆଜି ୨୦ ଦିନରେ ପହଞ୍ଚିଛି । ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରିଚାଲିଛି ଋଷ । ଯୁଦ୍ଧ ଆରମ୍ଭରୁ ଋଷକୁ ବିରୋଧ କରି ଆସୁଛି ଆମେରିକ । ଆଉ ଏବେ ଋଷ ବିରୋଧରେ ଲଢିବା ପାଇଁ ୟୁକ୍ରେନ୍ କୁ ସବୁ ପ୍ରକାର ସହାୟତା ଯୋଗାଇବା ପାଇଁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଏକ ଟ୍ୱିଟ୍ ଜରିଆରେ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର, ଖାଦ୍ୟ ଏବଂ ଅର୍ଥ ସମର୍ଥନ ଯୋଗାଇ ଦେବେ ବୋଲି କହିଛନ୍ତି । ୟୁକ୍ରେନ୍ ବାସୀମାନେ ଭୟରେ ଦେଶ ଛାଡ଼ି ପଳାଇ ଯାଉଥିବା ବେଳେ ଶରଣାର୍ଥୀମାନଙ୍କୁ ଖୋଲାଖୋଲି ଭାବେ ସ୍ୱାଗତ ଜଣାଇଛନ୍ତି ବାଇଡେନ୍ ।