ପୁରୀ,୧୭/୦୨: ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ପୁରୀ ଜିଲ୍ଲା କଣାସ ବ୍ଲକରେ ଏହି ଆକ୍ରମଣ କରାଯାଇଛି । ବ୍ଲକର ବଡାଲ ପଞ୍ଚାୟତରେ ଭୋଟ ଗ୍ରହଣ ଜାରି ରହିଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା ନ୍ୟୁଜ୍ ସେଭେନର ଜଣେ ରିପୋର୍ଟର ଓ ଜଣେ କ୍ୟାମେରାମ୍ୟାନ, ନ୍ୟୁଜ୍ ୧୮ ଓଡ଼ିଆର ଜଣେ ରିପୋର୍ଟର ଓ ଜଣେ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରାଯାଇଥିଲା ।
ଆକ୍ରମଣରେ ମୋଟ ୪ ଜଣ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ୮ ଜଣଙ୍କୁ ଗିରଫ କରିଛି ଗଡ଼ିଶାଗଦା ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ସତ୍ୟପ୍ରିୟ ମହାରାଣା, ବିଜୟ ସ୍ୱାଇଁ, ନିକୁଞ୍ଜ ସ୍ୱାଇଁ, ଉତ୍ତମ ଭୂଜବଳ, ଅଜୟ ବାରିସାଲ୍, ବିଦ୍ୟାଧର ସ୍ୱାଇଁ ଗିରଫ ଓ ବ୍ରଜବନ୍ଧୁ ସ୍ୱାଇଁ ।