ସମ୍ବଲପୁର,୨୫/୦୩ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଯୁବକ। ସମ୍ପୃକ୍ତ ଯୁବକ ୮ ବର୍ଷର ଶିଶୁକନ୍ୟାର ଗଳାକାଟି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ଶିଶୁକନ୍ୟାର କଟାମୁଣ୍ଡ ଧରି ଯୁବକ ଜଣକ ଗାଁରେ ବୁଲିଥିଲା। କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ଆଠ ବର୍ଷ ର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । ଏହି ସମୟରେ ଗ୍ରାମର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରି କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିବା ସହ ଏକ ନଳକୂପ ନିକଟରେ ପକାଇ ଦେଇଥିଲା l ପ୍ରଜାଲିନର ପରିବାର ଲୋକେ ମହୁଲ ଗୋଟେଇ ଯାଇଥିବା ବେଳେ ଏଭଳି ଅଘଟଣ ଦେଖିବାକୁ ପାଇଥିଲେ । ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖି ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ। ଏହାପରେ ପୋଲିସ ଜିମା ଦେଇଥିଲେ।