୯ରେ ପୁରୀ ରାଜକୁମାରୀ ଦେବେଶୀଙ୍କ ବିବାହ

ପୁରୀ,୦୮/୦୨ : ୯ରେ ପୁରୀ ରାଜକୁମାରୀ ଦେବେଶୀଙ୍କ ବିବାହ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନ୍ୟା ରାଜକୁମାରୀ ଦେବେଶୀ ହରିଆନାର ଗୁରୁଗାଓଁ ନିବାସୀ ରାଜୀବ କେହେରୀଙ୍କ ପୁଅ କୁମାର ଆଦିତ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । କରେନା କଟକଣା ଯୋଗୁ ନିରାଡ଼ମ୍ବର ସହକାରେ ବିବାହ ଉତ୍ସବ ହେବ ।ପଶ୍ଚିମବଙ୍ଗ ବର୍ଦ୍ଧମାନର ମୂଳ ନିବାସୀ ବରପକ୍ଷ ପରିବାର ବର୍ତ୍ତମାନ ହରିଆନାର ଗୁରୁଗାଓଁରେ ରହୁଛନ୍ତି । ଫେବ୍ରୁଆରି ୯ ତାରିଖରେ ବିବାହ ତିଥି ନିର୍ଦ୍ଧାରଣ ହୋଇଛି ।ଭୁବନେଶ୍ୱରର ମେ’ ଫେୟାର ହୋଟେଲରେ ରାଜକୁମାରୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ ।