ଆଗାମୀ ଦିନରେ ଟୁଇଟରକୁ ମାଗଣାରେ ବ୍ୟବହାର କରାଯାଇପାରିବ ନାହିଁ :ଏଲନ୍ ମସ୍କ

image source: BBC

ନୂଆଦିଲ୍ଲୀ ୦୪/୦୫: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କ  ବଡ ସଙ୍କେତ ଦେଇଛନ୍ତି । ଆଗାମୀ ଦିନରେ ଟ୍ୱିଟର ବ୍ୟବହାର ପାଇଁ ଟଙ୍କା ଦେବାକୁ ପଡିବ ବୋଲି ସେ ଇଶାରା ଦେଇଛନ୍ତି । ତେବେ କାଜୁଆଲ ବା ସାଧାରଣ ୟୁଜର୍ସଙ୍କ ପାଇଁ ଏହା ଫ୍ରି ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏଲନ ଟ୍ୱିଟରକୁ ୪୪ ଅରବ ଡଲାରରେ କ୍ରୟ କରିଥିଲେ । ସେ କମ୍ପାନୀରେ ବଡ ଧରଣର ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସେ କମ୍ପାନୀ ସିଇଓ ପରାଗ ଅଗ୍ରଓ୍ୱାଲ ଓ ପଲିସି ମୁଖ୍ୟ ବିଜୟା ଗାଡେଙ୍କୁ ବାହାର କରିପାରନ୍ତି ।ଏଲନ୍ ଟ୍ୱିଟ୍ କରି କହିଛନ୍ତି ଯେ, ସାଧାରଣ ୟୁଜରଙ୍କ ପାଇଁ ଟ୍ୱିଟର ସର୍ବଦା ଫ୍ରି ରହିବ । କିନ୍ତୁ ସରକାରୀ କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ପାଇଁ କିଛି ଅର୍ଥ ଖର୍ଚ୍ଚ କରିବାକୁ ହେବ । 

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply