ଆଜି ଆକାଶରେ ପିଙ୍କ୍‌ ମୁନ

Image source: The Patent


ଭୁବନେଶ୍ଵର,୧୬।୦୪ : ଆଜି ଆକାଶରେ ଦେଖିବାକୁ ମିଳିବ ପିଙ୍କ ମୁନ । ପିଙ୍କ ମୁନର ଅର୍ଥ ଗୋଲାପୀ ଜହ୍ନ ନୁହେଁ ବରଂ ଏହା କେବଳ ଏକ ନାମକରଣ । ପିଙ୍କ ମୁନ୍‌ର ସତ୍ୟତା, ସମ୍ପୂର୍ଣ୍ଣ ତଥ୍ୟ ସମ୍ପର୍କରେ କହିଛନ୍ତି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ପିଙ୍କ ମୁନ୍ ନାମକରଣ ଉତ୍ତର ଆମେରିକାରେ ହୋଇଥିଲା । ଯେଉଁଭଳି ଓଡ଼ିଶାରେ କୁମାର ପୂର୍ଣ୍ଣମୀ, ଚୈତ୍ର ପୂର୍ଣ୍ଣମୀ । ସେଭଳି ଆମେରିକୀୟ ଭାଷାରେ ଆଜିର ଜହ୍ନକୁ ପିଙ୍କ ମୁନ୍ କୁହାଯାଏ । ଏହି ସମୟରେ ଆମେରିକାର ବିଭିନ୍ନ ଉପତ୍ୟକା ଗୋଲାପୀ ରଙ୍ଗର ଫୁଲରେ ଆଚ୍ଛାଦିତ ହୋଇଥାଏ । ଯେଉଁଥିପାଇଁ ଏହି ପୂର୍ଣ୍ଣମୀ ଜହ୍ନକୁ ପିଙ୍କ ମୁନ କୁହାଯାଏ ।ସେହିଭଳି ବେଳେବେଳେ ଆକାଶରେ ସୁପର ମୁନ୍‌ ମଧ୍ୟ ଦେଖାଯାଏ । ସୁପର୍‌ ମୁନ୍‌କୁ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’ ଓ ‘କର୍ଣ୍ଣ ପ୍ଲାଣ୍ଟିଂ ମୁନ୍‌’ ମଧ୍ୟ କୁହାଯାଉଛି । ଏମିତିକି ମହାକାଶରେ ବେଳେବେଳେ ଦେଖିବାକୁ ମିଳେ ସୁପର୍ ସ୍ନୋ ମୁନ୍ । ଏହାକୁ ମିଡ୍ ଓ୍ୱିଣ୍ଟର ମୁନ୍ ବା ହଙ୍ଗର ମୁନ୍ ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି । ଚନ୍ଦ୍ର, ପୃଥିବୀର ଏତେ ନିକଟତର ହୋଇଥାଏ ଯେ, ଏହାର ଆକାର ସମସ୍ତଙ୍କୁ ଚକିତ କରିଥାଏ ।

କୌଣସି ମତାମତ ଉପଲବ୍ଧ ନାହିଁ

Leave a ReplyCancel reply