ଭୁବନେଶ୍ୱର, ୨୨/୦୨: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକ ଅନ୍ତର୍ଗତ ୧୬୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟିଂ ହେବ । ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମଇଦାନରେ ଅଛନ୍ତି ୬୬୭ଜଣ ପ୍ରାର୍ଥୀ । ୧୨୫୪ଟି ପଞ୍ଚାୟତରେ ଲଢ଼େଇ ହେବ ବିଭିନ୍ନ ପ୍ରାର୍ଥୀ ଓ ଦଳ ଭିତରେ । ୧୭ ହଜାର ୮୯ଟି ବୁଥ୍ରେ ମତଦାନ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ଜଣ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଲିସ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତୃତୀୟ ପର୍ଯ୍ୟାୟ ପରି ଯେପରି କୌଣସି ବୁଥ୍ରେ ହିଂସାକାଣ୍ଡ ନଘଟେ ସେନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବୁଥ୍ଗୁଡ଼ିକରେ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି ।୨୫୭ ପ୍ଲାଟୁନ ଫୋର୍ସ, ୧୪୭୩ଟି ମୋବାଇଏ ପାଟ୍ରୋଲିଂ ପାର୍ଟି ସହ ଜିଲ୍ଲା ଓ ଥାନାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ ହୋଇଛନ୍ତି । ଏନେଇ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି ଯେ ଭୋଟ୍ ଗ୍ରହଣ ଯେପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେନେଇ କମିଶନଙ୍କ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
-Advertisement-
-Advertisement-