ଆଜି ତୁରନ୍ତ ଖାରକିଭ ଛାଡନ୍ତୁ ଭାରତୀୟ :ଆଡଭାଇଜରି ଜାରି କଲା ଦୂତାବାସ

ନୂଆଦିଲ୍ଲୀ,୦୨।୦୩: ଋଷ-ୟୁକ୍ରେନ ଯୁଦ୍ଧ ଜାରି ରହିଛି |ରୁଷ ଲଗାତାର ୭ ଦିନରେ ୟୁକ୍ରେନ ଉପରେ ଜାରି ରଖିଛି ଆକ୍ରମଣ । ଏଥିରେ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ବୋମା ଏବଂ ମିସାଇଲ ମାଡରେ ସହରର ଅବସ୍ଥା ଦୟନୀୟ ହୋଇ ପଡିଛି। ଏହା ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ବୁଧବାର ଆଉ ଏକ ନୂତନ ଆଡଭାଇଜରି ଜାରି କରାଯାଇଛି। ଦୂତାବାସ ୟୁକ୍ରେନର ଦ୍ଵିତୀୟ ବଡ ସହର ଖାରକିଭକୁ ତୁରନ୍ତ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡିବାକୁ କୁହାଯାଇଛି।ସେପଟେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ଗତ ତିନି ମଧ୍ୟରେ ୨୬ଟି ବିମାନରେ ୧୨ ହଜାରରୁ ଅଧିକ ଭାରତୀୟଙ୍କୁ ଅଣାଯାଇଛି ।  ଖାରକିଭ୍ ଛାଡ଼ିବାକୁ ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସର ପରାମର୍ଶ । ୟୁକ୍ରେନ ସମୟ ସନ୍ଧ୍ୟା ୬ ଟା ସୁଦ୍ଧା ଖାରକିଭ୍ ଛାଡ଼ିବାକୁ ପରାମର୍ଶ । ଖାରକିଭ ଛାଡ଼ି ୩ ଟି ସ୍ଥାନକୁ ଚାଲିଯିବାକୁ ଦିଆଗଲା ପରାମର୍ଶ । ପେସୋଚୀନ, ବାବାୟେ, ବେଜିଲୁଡୋବା ଚାଲିଯିବାକୁ କୁହାଗଲା । ଯେ କୌଣସି ପରିସ୍ଥିତିରେ ୬ ଟା ସୁଦ୍ଧା ସେଠାକୁ ଚାଲିଯିବାକୁ ନିର୍ଦ୍ଦେଶ । କାଲି କିଭ୍ ଛାଡ଼ି ଚାଲିଯିବାକୁ ଭାରତୀୟଙ୍କ ନିର୍ଦ୍ଦେଶ ଦିଆଯାଇଥିଲା ।

-Advertisement-
-Advertisement-