ଆଜି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,  ୧୪/୦୪:  ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦ୍‌ଘାଟନ କରିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସଂଗ୍ରହାଳୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଉପରେ ତଥ୍ୟ ଓ ସାମଗ୍ରୀର ପ୍ରଦର୍ଶିତ ହେବ ।  ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ଏପ୍ରିଲ ୧୪ରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଉଦ୍‌ଘାଟନ ହେବ । ଏଥିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଯୋଗାଦାନ ସଂପର୍କିତ ତଥ୍ୟ ଓ ସାମଗ୍ରୀର ନମୁନା ପ୍ରଦର୍ଶିତ ହେବ । ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଏହି ସଂଗ୍ରହାଳୟର ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଏହି ସଂଗ୍ରହାଳୟର ନିର୍ମାଣ ହୋଇଛି, ଯେଉଁଥିରେ କି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ମନେ ପକାଯାଇପାରିବ । ୧୫୬୦୦ ବର୍ଗ ମିଟରରେ ନିର୍ମିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ସମେସ୍ତ ବୁଲି ଆସନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଅପିଲ କରିଛନ୍ତି । ସଂଗ୍ରହାଳୟରେ ମୋଟ ୪୩ଟି ଗ୍ୟାଲେରୀ ରହିଛି । ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସମ୍ବିଧାନ ପର୍ଯ୍ୟନ୍ତ ଗ୍ୟାଲେରୀ ରହିଛି । 

-Advertisement-
-Advertisement-

Leave a Reply