ଭୁବନେଶ୍ୱର,୨୭/୦୩: ଆଜି ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍ ବୈଠକ । ୧୧ଟା ୩୦ରେ ରାଜ୍ୟ ମନ୍ତ୍ରୀ ପରିଷଦ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ଦଳର ସଫଳତା ପରେ ଏହା ପ୍ରଥମ କ୍ୟାବିନେଟ୍ ବୈଠକ|ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଥମେ ମନ୍ତ୍ରୀ ପରିଷଦ ଓ ପରେ କ୍ୟାବିନେଟ୍ ବୈଠକ ହେବ । ଏଥିରେ ବଜେଟ୍କୁ ଅନୁମୋଦନ ସହ ୨୭ଟି ଏଜେଣ୍ଡା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍କୁ ମୋହର ମରାଯିବ।
-Advertisement-
-Advertisement-