ଆସନ୍ତା ୨୧ରୁ ଦୁଇ ଟଙ୍କା ବଢ଼ିବ OMFED କ୍ଷୀରର ମୂଲ୍ୟ

ଭୁବନେଶ୍ୱର ,୧୯/୦୪:ଆସନ୍ତା ୨୧ରୁ ଦୁଇ ଟଙ୍କା ବଢ଼ିବ OMFED କ୍ଷୀରର ମୂଲ୍ୟ | ଏବେ ବଜାରରେ ମିଳୁଥିବା ୫୦୦ ମିଲିର ଓମଫେଡ୍‌ ପ୍ୟାକେଟ୍‌ ୨୩ଟଙ୍କାରେ ବିକ୍ରି ହେଉଛି । ଏହା ବଢ଼ି ୨୪ଟଙ୍କା ହୋଇଯିବ । ଓମ୍‌ଫେଡ୍‌ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଦୁଗ୍ଧ ଉତ୍ପାଦନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ବିଜୁଳି, ପ୍ୟାକେଜିଂ, ପରିବହନ ଓ ଗାଈର ଦାନା ମୂଲ୍ୟ ବୃଦ୍ଧି ପାଇଛି। ତେଣୁ ଦୁଗ୍ଧ ଦର ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଇନ୍‌ପୁଟ୍‌ ଖର୍ଚ୍ଚର ବୃଦ୍ଧିକୁ ବିଚାରକୁ ନେଇ ଦୁଗ୍ଧ କ୍ରୟ ମୂଲ୍ୟକୁ ୫%ରୁ ଅଧିକ ବୃଦ୍ଧି କରାଯାଇଛି।ଓମଫେଡ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୃଷକଙ୍କ ମୂଲ୍ୟ ବୃଦ୍ଧି, ସବୁଜ ଓ ଶୁଖିଲା ଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଓ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଓମଫେଡ୍‌ କ୍ଷୀର ଦର ବଢାଇବାକୁ ନିଷ୍ପତ୍ତି ନେଇଛି । ଓମ୍‌ଫେଡ ଗୋଲ୍ଡ ଓ ଓମ୍‌ଫେଡ୍‌ ପ୍ରିମିୟମ୍‌ ୫୦୦ମିଲିକୁ ୨୪ଟଙ୍କା ଓ ଓମ୍‌ଫେଡ୍‌ ଟୋନ୍‌ଡ ୫୦୦ମିଲି ୨୧ ଟଙ୍କା ହେବ । ତେବେ ଇନ୍‌ପୁଟ ଖର୍ଚ୍ଚର ବୃଦ୍ଧିକୁ ବିଚାରକୁ ନେଇ କ୍ଷୀରର କିଣା ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସୂଚନା ଦିଆଯାଇଛି ।

-Advertisement-
-Advertisement-

Leave a Reply