ଋଷ-ୟୁକ୍ରେନ ଯୁଦ୍ଧ ନେଇ ପ୍ରଧାନମନ୍ତ୍ରୀ ଡାକିଲେ ବୈଠକ

ନୂଆଦିଲ୍ଲୀ,୨୪/୦୨ : ଋଷ-ୟୁକ୍ରେନ ଯୁଦ୍ଧ ନେଇ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଡାକିଲେ ବୈଠକ । ଏହି ବୈଠକରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ଓ କ୍ୟାବିନେଟ ସଚିବ । ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ଉପରେ ହୋଇପାରେ ଆଲୋଚନା । ୟୁକ୍ରେନ ଦୂତାବାସ କିଛି ସମୟ ପୂର୍ବରୁ ଭାରତର ସହଯୋଗ ଲୋଡ଼ିଥିଲା । ଶାନ୍ତି ସ୍ଥାପନ ନେଇ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲା ୟୁକ୍ରେନ ।ୟୁକ୍ରେନ ରାଷ୍ଟ୍ରଦୂତ ଇଗୋର ପୋଲଖା କହିଥିଲେ ଯେ ଭାରତ ଓ ରୁଷର ସମ୍ପର୍କ ଭଲ ଅଛି । ୟୁକ୍ରେନ-ରୁଷ ବିବାଦକୁ ନିୟନ୍ତ୍ରଣ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ । ଏଭଳି ସ୍ଥିତିରେ ଭାରତରେ ଥିବା ୟୁକ୍ରେନୀୟ ରାଷ୍ଟ୍ରଦୂତ ଆଇର୍ଗୋ ପୋଲିଖା ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲୋଡ଼ି କହିଛନ୍ତି ଯେ, ଋଷ୍ ସହ ଭାରତର ଉତ୍ତମ ସମ୍ପର୍କ ଅଛି । ଋଷ୍‌-ୟୁକ୍ରେନ୍ ସଙ୍କଟ ନିୟନ୍ତ୍ରଣ କରିବାରେ ନୂଆଦିଲ୍ଲୀ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବ । ତେଣୁ ଋଷ ଓ ୟୁକ୍ରେନ୍ ମଧ୍ୟରେ କେବଳ ଭାରତ ଚାହିଁଲେ ହିଁ ସମାଧାନ ହୋଇପାରିବ ବୋଲି ଆଜି ୟୁକ୍ରେନୀୟ ରାଷ୍ଟ୍ରଦୂତ କହିଛନ୍ତି ।

-Advertisement-
-Advertisement-