ଭୁବନେଶ୍ଵର, ୧୧/୦୩ :ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ନେଇ ଗୁରୁତ୍ଵପୂର୍ଣ୍ଣ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଏପ୍ରିଲ୍ ୨୯ରୁ ମେ ୬ ମଧ୍ୟରେ ହେବ ମାଟ୍ରିକ୍ ପରୀକ୍ଷା। ସମ୍ମେଟିଭ୍ ଆସେସ୍ମେଣ୍ଟ ପରୀକ୍ଷା-୨ କରାଯିବ। ଏହା ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ |ମାଟ୍ରିକ ପରୀକ୍ଷା କିପରି ହେବ, ସେନେଇ ମୁଖ୍ୟ ଶାସନ ସଚିବ ଆଜି ଘୋଷଣା କରିଛନ୍ତି । ପ୍ରେସମିଟରେ ସେ କହିଛନ୍ତି ଯେ, ‘ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା -୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଅଫଲାଇନ ମୋଡରେ ପରୀକ୍ଷା ହେବ । ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ । ନିଜ ସ୍କୁଲରେ ନହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ । ୩ଟି ପଦ୍ଧତିରେ ମାଧ୍ୟମିକ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ ।
-Advertisement-
-Advertisement-