ପୁରୀ, ୨୦/୦୨ : ଆଜି ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦଙ୍କ ୧୫୦ ତମ ଆବିର୍ଭାବ ମହୋତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି । ଏହି ମହୋତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ବିଶ୍ଵର ବିଭିନ୍ନ ପ୍ରାନ୍ତର ସାଧୁସନ୍ଥ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ।ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବା ଅବସରରେ ଉଦବୋଧନ ଦେଇ କହିଛନ୍ତି, ବିଶ୍ବର ବିଭିନ୍ନ ଆସ୍ଥା ପଛରେ ଈଶ୍ବର ଭକ୍ତି ରହିଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଭିଭାଷଣ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ସେବା ଆମ ସଂସ୍କୃତିର ମୂଳମନ୍ତ୍ର। ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ମୋ ପାଇଁ ପରମ ସୌଭାଗ୍ୟ। ଭଗବାନଙ୍କ କୃପାରୁ ବିଭିନ୍ନ ଧର୍ମପୀଠ ଦର୍ଶନର ସୁଯୋଗ ମିଳିଛି। ଜଗତ କଲ୍ୟାଣ ପାଇଁ କାର୍ଯ୍ୟ କରିବା ମହତ୍ଵପୂର୍ଣ୍ଣ। ଯଥାଶୀଘ୍ର କରୋନା କବଳରୁ ବିଶ୍ଵବାସୀଙ୍କୁ ମୁକ୍ତି ମିଳୁ। ରାଷ୍ଟ୍ରପତି ପୁଣି କହିଛନ୍ତି ଯେ, ମୀରାଙ୍କ ଭକ୍ତି ସମସ୍ତଙ୍କ ହୃଦୟକୁ ଛୁଇଁଛି। ଭକ୍ତିରେ ପରାକାଷ୍ଠା ରହିଲେ ସ୍ଵୟଂ ଭଗବାନ ପାଖକୁ ଆସିଥାନ୍ତି। ଭକ୍ତିର ଧାରା ଦେଶ ଛାଡ଼ି ବିଦେଶକୁ ମଧ୍ୟ ପ୍ରବାହିତ ହୋଇଛି। ପ୍ରଭୁ ଶ୍ରୀଚୈତନ୍ୟଙ୍କ ଭକ୍ତି ତାର ନିଚ୍ଛକ ଉଦାହରଣ। ସବୁ ଧର୍ମ ଓ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲେ ଶ୍ରୀଚୈତନ୍ୟ। ବିଦେଶରେ ମଧ୍ୟ ଶ୍ରୀଚୈତନ୍ୟଙ୍କ ଅସଂଖ୍ୟ ଭକ୍ତ ଅଛନ୍ତି। ସେବା ଭାବ ଆମ ସଂସ୍କୃତିର ମୂଳମନ୍ତ୍ର। ଦେଶରେ କରୋନା ଯୋଦ୍ଧାଙ୍କ ଅବଦାନ ପ୍ରଶଂସନୀୟ।
-Advertisement-
-Advertisement-